୪ ଶିଶୁ ଶ୍ରମିକ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଗୌଡପାଲି ଅଞ୍ଚଳରୁ ୪ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଢାବା ଓ ଜଣେ ଗ୍ୟାରେଜରେ କାମ କରୁଥିବା ଜଣାପଡିଛି । ଏମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି । ଏମାନେ ବିପଦପୂର୍ଣ୍ଣ କାମରେ ନିୟୋଜିତ ହୋଇଥିବା ଖବର ପାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜମନକିରା ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଏଥିରେ ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଜ, ବ୍ରଜେଶ କୁମାର ହୋତା, ଡାଲେଶ୍ୱରୀ ନାଗ, ମୀନକେତନ ସୁନ୍ୟାନି, ରବି କୁମ୍ଭାର, ଅତାଉର ଖାନ୍, ସିଟିର ଭୁବନେସ୍ର ଦ୍ୱିବେଦୀ, ପ୍ରଶାନ୍ତ କୁମାର ପ୍ରଧାନ, ସଞ୍ଜୟ ଧୁରିଆ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।