ଲୋକସଭା ପାଇଁ ୧୪ ଓ ବିଧାନସଭା ପାଇଁ ୯ ପ୍ରାର୍ଥୀ
ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ଓ ଜିଲ୍ଲାର ୪ଟି ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ସକାଶେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଲୋକସଭା ଆସନରେ ୧୪ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡ଼ି ପକ୍ଷରୁ ବିଧାୟକ ପ୍ରବଣ ପ୍ରକାଶ ଦାଶ (ବବି) ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବହୁଜନ ସମାଜପାର୍ଟିର ସଦାନନ୍ଦ ରଣବିଡ଼ା, ରାଷ୍ଟ୍ରୀୟ ମାନବ ପାର୍ଟିର ଖଗେଶ୍ୱର ବେହେରା, ସୋସିଲିଷ୍ଟ ୟୁନିଟି ଅଫ୍ ଇଣ୍ଡିଆ (କମୁ୍ୟନିଷ୍ଟ)ର ନବକିଶୋର ପ୍ରଧାନ, କୋଶଳ ଜନତା ଦଳ ପକ୍ଷରୁ ପୁରୁଷୋତ୍ତମ ପାତ୍ର, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟି ପକ୍ଷରୁ ରାକେଶ ବାଗ୍, ନେସନାଲ ଜନଦଳ ପକ୍ଷରୁ ସୁବାଷ କୁମାର ମହାପାତ୍ର, ପଶ୍ଚିମାଞ୍ଚଳ ବିକାଶ ପାର୍ଟି ପକ୍ଷରୁ ଲକ୍ଷ୍ମଣ କୁମାର ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ଆତ୍ମାରାମ ସୂପକାର, ଜ୍ଞାନେନ୍ଦ୍ର ବେହେରା, ସୁଶୀଲ କୁମାର ବାବୁ ଏବଂ ଶ୍ରୀରାମ ପାଣ୍ଡେ ପ୍ରାର୍ଥୀ ତାଲିକାରେ ରହିଛନ୍ତି । ସମ୍ବଲପୁର ବିଧାନସଭା ଆସନ ପାଇଁ ଚୂଡ଼ାନ୍ତ ତାଲିକାରେ ଥିବା ୯ ଜଣ ପ୍ରାର୍ଥୀ ହେଲେ ବିଜେପିର ଜୟନାରାୟଣ ମିଶ୍ର, ବିଜେଡ଼ିର ରୋହିତ ପୂଜାରୀ, ଜାତୀୟ କଂଗ୍ରେସର ଦୁର୍ଗା ପ୍ରସାଦ ପାଢ଼ୀ, ବିଏସ୍ପିର ଅନୀଲ ନାୟକ, ସମାଜବାଦୀ ପାର୍ଟିର ଅନୀଲ କୁମାର ଯାଦବ, ନେସନାଲ ଆପନୀ ପାର୍ଟିର ନନ୍ଦୀକିଶୋର ମେହେର । ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଭାସ ପୃଷେଠ୍, ମହେଶ ଶର୍ମା ଏବଂ ରାମକୃଷ୍ଣ ଶାସନୀ ରହିଛନ୍ତି । ରେଙ୍ଗାଲି ବିଧାନସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ଯାଞ୍ଚ ପରେ ଚୂଡ଼ାନ୍ତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ ହୋଇଛି । ନାଉରୀ ନାୟକ ବିଜେପି, ସୁଦର୍ଶନ ହରିପାଲ ବିଜେଡ଼ି, ଦିଲୀପ କୁମାର ଦୁରିଆ କଂଗ୍ରେସ, ସୀତାକାନ୍ତ ରୋହିଦାସ ଆମ ଆଦମୀ ପାର୍ଟି, ହମିଦ ପ୍ରସାଦ ଲୁହା ପଶ୍ଚିମାଞ୍ଚଳ ବିକାଶ ପାର୍ଟି, ଆନନ୍ଦିନୀ ବେସନ ବହୁଜନ ସମାଜ ପାର୍ଟି, ଉକର କଲେତ ଭାରତୀୟ ନ୍ୟାୟ ଅଧିକାର ପାର୍ଟି, ବସୁଦେବ ସୁନାନୀ ସ୍ୱାଧୀନ, ସୁଶାନ୍ତ କୁମାର ଡନସନା ସ୍ୱାଧୀନ, ଲଙ୍କେଶ ରାବଣ ସ୍ୱାଧୀନ, ପ୍ରାର୍ଥୀ ଭାବେ ରହିଛନ୍ତି । କୁଚିଣ୍ଡା ସଂରକ୍ଷିତ ଆସନରେ ୪ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ମଇଦାନରେ ରହିଛନ୍ତି । ସେମାନେ ହେଲେ ବିଜେଡ଼ିର ରାଜେନ୍ଦ୍ର କୁମାର ଛତି୍ରଆ, ବିଜେପିର ରବିନାରାୟଣ ନାୟକ, ଜାତୀୟ କଂଗ୍ରେସର କେଦାରନାଥ ବରିହା ଏବଂ ସ୍ୱାଧୀନ ପ୍ରାର୍ଥୀ ମିନାକ୍ଷୀ ମାଝୀ । ସେହିଭଳି ରେଢ଼ାଖୋଲ ବିଧାନସଭା ଆସନରେ ୭ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରହିଛନ୍ତି । ଏଠାରେ ବିଜେଡ଼ିରୁ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସର ଆସଫ୍ ଅଲ୍ଲୀ ଖାନ୍, ବିଜେପିର ଦେବେନ୍ଦ୍ର ମହାପାତ୍ର, ବହୁଜନ ସମାଜ ପାର୍ଟିର ପ୍ରଭାକର ରଣଜିତ, କଳିଙ୍ଗ ସେନାର ମନୋଜ କୁମାର ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଶ୍ରୟ ମହାନନ୍ଦ ଏବଂ ସଂଜୀତ କୁମାର ବବଙ୍ଗା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମ୍ବଲପୁର ଲୋକସଭା ଆସନ ବିଜେପି ହାତରେ ରହିଥିବା ବେଳେ ୪ ବିିଧାନସଭା ଆସନ ମଧ୍ୟରୁ ସମ୍ବଲପୁର ଓ ରେଙ୍ଗାଲିରେ ବିଜେପି ଏବଂ ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡ଼ି ବିଧାୟକ ଅଛନ୍ତି ।