ଭାରତୀୟ ଜ୍ଞାନ ପ୍ରଣାଳୀରେ ସାଂସ୍କୃତିକ ଐତିହ୍ୟ ଆଲୋଚନା

ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ରଙ୍ଗବତୀ ଉକôର୍ଷତା କେନ୍ଦ୍ର ପକ୍ଷରୁ ନୂଆଦିଲ୍ଲୀର ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ ସହ ମିଳିତ ଆନୁକୂଲ୍ୟରେ ସ୍ୱାଧୀନତା ସଂଗ୍ରାମର ଅଜ୍ଞାତ ଦିଗ, ଭାରତୀୟ ଜ୍ଞାନ ପ୍ରଣାଳୀରେ ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନା' ଉପରେ ଆନ୍ତର୍ଜାତୀୟ ସମ୍ପାନ ଆୟୋଜନ କରାଯାଇଥିଲା । ଏଥିରେ ୟୁଏନ୍ ଏସଡିଏସଏନ୍ ଗ୍ଲୋବାଲ୍ କ୍ଲାଇମେଟ୍ ହବ୍, ଗ୍ରୀସ୍ର ଚେୟାର ଡ. ଫୋଏବେ କୌଣ୍ଡୋରୀ, ଦି ବ୍ରୁକିଙ୍ଗ୍ସ ଇନ୍ଷ୍ଟିଚୁ୍ୟସନ୍ ଏବଂ ପୂର୍ବତନ ଭିପି, ବିଶ୍ୱ ବ୍ୟାଙ୍କ, ୟୁଏସଏର ପ୍ରଫେସର୍ ଓଟାଭିଆନୋ କାନୁଟୋ, ତ୍ୱିଲିସି ଷ୍ଟେଟ୍ ୟୁନିଭର୍ସିଟି, ଜର୍ଜିଆର ଡ. ତାମାର ବାଗ୍ରାଟିଆ, ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ଇନ୍ଷ୍ଟିଚୁ୍ୟଟ୍, ଜାପାର ଉପାଧ୍ୟକ୍ଷ ଦିଲ୍ ରାହୁତ ପ୍ରମୁଖ ବିଶେଷଜ୍ଞ । ବକ୍ତାମାନେ ରଙ୍ଗବତୀ ସେଣ୍ଟର ଫର୍ ଏକ୍ସଲେନ୍ସ ଇନ୍ କଲଚର୍ ଏବଂ ସଷ୍ଟେନେବଲ୍ ମ୍ୟାନେଜମେଣ୍ଟର କାର୍ଯ୍ୟକ୍ରମକୁ ସାଂସ୍କୃତିକ ଏବଂ ସ୍ଥାୟୀ ପରିଚାଳନାର ଅନନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ । ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ମହାଦେଓ ଜୟସ୍ୱାଲ କହିଛନ୍ତି ଯେ, ଉକôର୍ଷତା କେନ୍ଦ୍ର ସ୍ଥାପନ  କରି  ସମ୍ବଲପୁର ସାଂସ୍କୃତିକ ଏବଂ ସ୍ଥାୟୀ ପରିଚାଳନା ଉପରେ ଉଚ୍ଚମାନର ଅନୁସନ୍ଧାନକୁ ସମର୍ଥନ କରିବା ପାଇଁ ସଂସ୍ଥାନ ପଦକ୍ଷେପ ନେଇଛି । ଉକôର୍ଷତା କେନ୍ଦ୍ର ଦ୍ୱାରା ବ୍ୟବହୃତ ବହୁବିଷୟ ଭିତ୍ତିକ ପଦ୍ଧତି ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ କଳାକୁ ବିକଶିତ କରିବା ପାଇଁ ପ୍ରତିବଦ୍ଧ ତାହା ସବୁଠାରୁ ନୂତନ ଶିକ୍ଷାଗତ ଅଧ୍ୟୟନ  ଜାତୀୟ ଶିକ୍ଷା ନୀତି ଦ୍ୱାରା ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଅଧିବେଶନରେ ସ୍ୱାଧୀନତା ସଂଗ୍ରାମ ଏବଂ ସଂସ୍କୃତି ଶୀର୍ଷକରେ ଡ. ଆଲୋକ ଭୋଇ, ବିରେନ୍ଦ୍ର ଝଙ୍କାର, ଏବଂ ଡ. ବିଭୂଦତ୍ତ ମିଶ୍ର ଭଳି ବିଶେଷଜ୍ଞଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏଥିରେ ପଶ୍ଚିମ ଓଡିଶାର ଅନେକ ଅଜ୍ଞାତ ଐତିହାସିକ ସ୍ୱାଧୀନତା ସଂଗ୍ରାମୀଙ୍କ ଅଜ୍ଞାତ ପ୍ରତିରୋଧ ଏବଂ ସଂଘର୍ଷ ଉପରେ ଆଲୋକପାତ କରାଯାଇଥିଲା । ସାଂସ୍କୃତିକ ଐତିହ୍ୟ ଏବଂ ସ୍ଥାୟୀ ପରିଚାଳନା ଶୀର୍ଷକ ବିଷୟରେ ଦୁଃଖୀ ସେବକ ସାହୁ,ରାକେଶ ଝାଙ୍କର, ଡ. ଶ୍ର୍ରବଣ କୁମାର ବାଗ୍ ଏବଂ ଭବାନୀ ଶଙ୍କର ଭୋଇଙ୍କ ଦ୍ୱାରା ଆଦିବାସୀ ଐତିହ୍ୟ ଉପରେ ଆଲୋକପାତ କରିଥିଲେ  । ଆଇଆଇଏମ୍ ସମ୍ବଲପୁରର ଡ. ସୁଜିତ କୁମାର ପୃଷେଠ୍?ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସେମିନାର୍ରେ ଆଇଆଇଏମ୍ ସମ୍ବଲପୁରର ଡକ୍ଟର ହେମଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।