୪୯ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ଼: ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ଦେବଗଡ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧିରଜ ଚୋପଦାର, ଡିଆଇବି ଡିଏସପି ପବିତ୍ର କିସାନ ପ୍ରମୁଖ ଉପସ୍ଥିତ ରହିଥିଲେ  । ଅପରାଧ ନିୟନ୍ତ୍ରଣରେ ସିମିତ ନରହି ରକ୍ତ ଅଭାବକୁ ଦୂର କରିବା ଏବଂ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ପୋଲିସ ପକ୍ଷରୁ ଏଭଳି ଏକ ଅଭିନବ ପଦକ୍ଷେପ ନିଆଯାଇଛି  । ରକ୍ତ ଅଭାବରୁ ଯେଭଳି କୌଣସି ରୋଗୀ ମୃତୁ୍ୟ ମୁଖରେ ନପଡନ୍ତୁ ଏହାର ଲକ୍ଷ ନେଇ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି  । ପର୍ଯ୍ୟାୟକ୍ରମେ ଜିଲାର ଅନ୍ୟ ଥାନା ଅଂଚଳରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି  । ଆଜିର ଏହି ରକ୍ତଦାନ ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧିରଜ ଚୋପଦାର ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ  । ମହିଳା ପୋଲିସ କର୍ମଚାରୀଙ୍କ ସମେତ ୪୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ  । ଦେବଗଡ ଜିଲା ମୁଖ୍ୟ ଚିକିସôାଳୟ ରକ୍ତଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ  ।