ବୁଦ୍ଧଖୋଲ ମହୋତ୍ସବ ଉଦ୍ଘାଟିତ
ବୁଗୁଡା: ସ୍ଥାନୀୟ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଆୟୋଜିତ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଆଚାରୀ, ବିଡିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ଏସଡିପିଓ ସୁଜିତ କୁମାର ନାୟକ, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ପୂର୍ତ୍ତ ବିଭାଗ ଏସ୍ଇ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବ ଅବସରରେ ବୁଗୁଡା ବ୍ଲକର କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବ ପରିଚାଳନାରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟଗଣ ସହଯୋଗ କରିଥିଲେ ।