ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ବଲାଙ୍ଗିର : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ କୃଷ୍ଣଚନ୍ଦ୍ର ନାଥ ପୂର୍ବ ବିବରଣୀ ପାଠ କରିଥିଲେ । ସଭାରେ ବରିଷ୍ଠ ସଭ୍ୟ ସତ୍ୟବନ୍ତ ବେଦବାକ୍, ପ୍ରଭାକର ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ନରେନ୍ଦ୍ର କବାଟ, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ମହାକୁର, ପୁରୁଷୋତ୍ତମ ପଣ୍ଡା, ପ୍ରାଣବଲ୍ଲଭ ତ୍ରିପାଠୀ ଓ ଚୈତନ୍ୟ ପଟେଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆନନ୍ଦ ଷାଣ୍ଢ ନୂତନ ସଭ୍ୟ ଭାବେ ଯୋଗ ଦେବାରୁ ତାଙ୍କୁ ସଂଘକୁ ସ୍ୱାଗତ କରାଯାଇଥିଲା ।