୫୬୧ ମାର୍କ ରଖି କଳିଙ୍ଗର ସାଇ ସ୍ୱରୂପ ହେଲେ ଟପ୍ପର
କଳିଙ୍ଗନଗର : କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ଅଧିନସ୍ଥ କଳିଙ୍ଗ ହାଇୟର ସେକେଣ୍ଡାରୀ ସ୍କୁଲ (କେଏଚଏସଏସ) ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଐତିହାସିକ ସଫଳତା ହାସଲ କରିଛି । ଚଳିତ ବର୍ଷ କେଏଚଏସଏସର ଛାତ୍ର ସାଇ ସ୍ୱରୂପ ବିଶ୍ୱାଳ ୫୬୧ (୯୩.୫%) ମାର୍କ ରଖି ଟପ୍ପର ହୋଇଥିବା ସମୟରେ ଏସ୍କେକାଦିର, ଆଶିଷ କୁମାର ଜେନା, ସଂଗ୍ରାମ ସାହୁ, ରୋଶନି ସାହୁ, ରୁଦ୍ର ନାରାୟଣ ରଣା, ସନ୍ତୋଷ କୁମାର ଦାସ, ପବିତ୍ର କୁମାର ଜେନା, ସୁଶ୍ରୀ ଅଳ୍ପନା ସାହୁ, ଆଦ୍ୟା ଅର୍ପିତା ସାହୁ ଯଥାକ୍ରମେ ୫୩୯, ୫୩୬, ୫୩୪, ୫୨୪, ୫୧୬, ୫୧୫, ୫୦୯, ୫୦୩, ୫୦୨ ମାର୍କ ରଖି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଚଳିତବର୍ଷ ମୋଟ ୧୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସମୟରେ ୧୦୫ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଶତ ପ୍ରତିଶତ ସଫଳତା ଆଣିଦେଇଛନ୍ତି । ଏଥି ସହିତ ସଦା ସର୍ବଦା ପ୍ରତିଶତ ନୁହେଁ ବରଂ ଗ୍ରୋଥରେ ବିଶ୍ୱାସ କରୁଥିବା କଳିଙ୍ଗର ପ୍ରାୟ ପ୍ରତ୍ୟେକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଠାରୁ +୨ ବିଜ୍ଞାନରେ ଗ୍ରୋଥ କରି ଭିନ୍ନ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ତନ୍ମଧ୍ୟରୁ ସନ୍ତୋଷ ଖିଲାର ଦଶମରେ ୫୧.୪% ରଖିଥିବା ବେଳେ ଯୁକ୍ତ ଦୁଇ ରେ ୭୮.୬%, ରୋଶନି ସାହୁ ଦଶମ ରେ ୬୦.୬% ରଖିଥିବା ବେଳେ ଯୁକ୍ତ ଦୁଇ ରେ ୮୭.୩%, ବର୍ଷା ରାଣୀ ଜେନା ଦଶମ ରେ ୬୩% ରଖିଥିବା ବେଳେ ଯୁକ୍ତ ଦୁଇ ରେ ୭୮%, କୀର୍ତ୍ତି କିରଣ ସେଠୀ ଦଶମ ରେ ୬୦% ରଖିଥିବା ବେଳେ ଯୁକ୍ତ ଦୁଇ ରେ ୭୨%, ସୁଶ୍ରୀ ଅଳ୍ପନା ସାହୁ ଦଶମ ରେ ୭୨.୧୬%ରଖିଥିବା ବେଳେ ଯୁକ୍ତ ଦୁଇରେ ୮୩.୮% ମାର୍କ ରଖିଥିବା ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ଗ୍ରୋଥ କରି ଭିନ୍ନ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଶତକଡା କେବେବି ଜୀବନର ମାନଦଣ୍ଡ ନୁହେଁ ଏବଂ ଜଣେ ବଡ଼ ମଣିଷ ନୁହେଁ ବରଂ ଜଣେ ଭଲ ମଣିଷ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଗଢି ତୋଳିବା ନିମନ୍ତେ କଳିଙ୍ଗ ସବୁବେଳେ ଚେଷ୍ଟିତ । ଏଥିନିମନ୍ତେ କେଏଚଏସଏସ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ସେମାନଙ୍କର ଆତ୍ମବିଶ୍ୱାସ ବଢାଇ ତାଙ୍କର ଉଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ମାର୍ଗ ଦେଖାଇ ଆସିଛି ବୋଲି କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ମତବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ସମସ୍ତ ପ୍ରତିଭା ମାନଙ୍କୁ ଏକ ବୃହତ୍ ସମ୍ବର୍ଦ୍ଧନା ଦିଆଯିବ ବୋଲି କେଏଚଏସଏସର ଅଧ୍ୟକ୍ଷ ଦେବାଶିଷ ଦାସ ଏବଂ କଳିଙ୍ଗ ଗ୍ଲୋବାଲ ଏକାଡେମୀ ର ଇନଚାର୍ଜ ଚିରସ୍ମିତା ଦାସ ପ୍ରକାଶ କରିଛନ୍ତି ।