୬ ଗଞ୍ଜେଇ ମାଫିଆ ଗିରଫ : କାର ବାଇକ ଓ ମୋବାଇଲ ଜବତ
ବ୍ରହ୍ମପୁର/ଆସ୍କା : ଓଡିଶା ରାଜ୍ୟ ଅବକାରୀ ଆଯୁକ୍ତ ପି ଅନ୍ୱେଷା ରେଡ୍ଡୀ ଓ ଅବକାରୀ ଯୁଗ୍ମ ଆଯୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଉପ-ଆଯୁକ୍ତ, ଦକ୍ଷିଣାଞ୍ଚଳ ଡମ୍ବରୁ ଧର ଖଣ୍ଡାଙ୍କ ନିଦେ୍ର୍ଧଶ କ୍ରମେ ଓ ଉପ-ଅଧିକ୍ଷ୍ୟକ ଶ୍ରୁତିକାନ୍ତ ରାଉତଙ୍କ ପ୍ରତ୍ୟକ ତତ୍ୱାବଧାନରେ ଅବକାରୀ ଗୁଇନ୍ଦା ସଂସ୍ଥା, ବ୍ରହ୍ଣପୁର ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ବାଲିସିରାରେ ଚଢ଼ାଉ କରି ବେଆଇନ ଜିନିଷ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଇନୋଭା କାର, ଦୁଇଟି ବାଇକ ସହ ୫୦ କିଗ୍ରା ଗଞ୍ଜେଇ, ପାଞ୍ଚ ଗୋଟି ମୋବାଇଲ ଫୋନ, ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଛି । ସେମାନେ ହେଲେ ଦୁଃଶାସନ ମଲ୍ଲିକ, ଅଜିତ କୁମାର ଡିଗଲ,ପ୍ରକାଶ ମଲ୍ଲିକ,ଜିତେନ୍ଦ୍ର ମଲ୍ଲିକ, ସତ୍ୟନାରାୟଣ ମଲ୍ଲିକ,ସାମୁଏଲ ଡ଼ିଗଲ ଅଭିଯୁକ୍ତ ମାନେ ଏହି ଗଞ୍ଜେଇକୁ କନ୍ଧମାଳରୁ ଭୁବନେଶ୍ୱର ନେଉଥିଲେ ବୋଲି ପ୍ରକାଶ କରିଛନ୍ତି । ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।