ପାନୀୟ ଜଳ ସମସ୍ୟା 

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ସାଲେପଡ଼ା ଗ୍ରାମ  । ଗ୍ରାମରେ ୨୦୦ ପରିବାରର ୭ଶହ ଲୋକ ବାସ କରନ୍ତି । ଗ୍ରାମରେ ପିଇବା ପାଣିର ଘୋର ଅସୁବିଧା । ଗ୍ରାମରେ ଦୁଇଟି ନଳକୂପ ଥିବା ତହିଁରୁ ପାଣି ବହୁତ୍ କମ୍ ପାଣି ବାହାରିଥାଏ ଓ ଖରାପ ପାଣି ବାହାରିଥାଏ । ଗ୍ରାମବାସୀ ଏକ କୂପରୁ ପାଣି ବ୍ୟବହାର କରିଥାନ୍ତି । ପାହାନ୍ତିଆରୁ ମହିଳା ମାନେଏଠାରେ ଭିଡ ଜମାଇଥାନ୍ତି । କିନ୍ତୁ ଆବଶ୍ୟକତା ପୂରଣ ହୁଏ ନାହିଁ । ପିଇବା ପାଣି ସହ ଲୋକେ ଏହି କୁପରେ ସ୍ନାନ ମଧ୍ୟ କରିଥାନ୍ତି । ବିଶୁଦ୍ଧ ପାଣି ଅଭାବରୁ ବିଭିନ୍ନ ରୋଗ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବର୍ଷକ ତଳୁ ଗାଁରେ ପାଇପ୍ ପୋତା ଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଗାଁ ଲୋକେ ପାଣି ପାଇନାହାନ୍ତି । ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାଣି ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହି ଗ୍ରାମର ଲୋକେ ପାଣି ମୁନେ୍ଦ ପାଇଁ ଡହଳବିକଳ ହେଉଛନ୍ତି । ଏବେ ଯଦି ଏମିତି ଖରା ବଢ଼ିଲେ କେମିତି ଅସୁବିଧା ହେବ ବୋଲି ଗ୍ରାମବାସୀଙ୍କ ପ୍ରଶ୍ନ । ଏନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମାର୍ଚ୍ଚ ମାସ ଭିତରେ ସବୁ ଗାଁ ରେ ପାନୀୟ ଜଳ ଅସୁବିଧା ଦୂର କରାଯିବ ବୋଲି କହିଛନ୍ତି ।