ବଢୁଚି ଚୋରି ସୁରାଗ ପାଉନି ପୁଲସି
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା କୁହାଯାଉଥିବା ଛତ୍ରପୁର ସହର ଏବଂ ଆଖପାଖ ଅଞ୍ଚÿଳରେ ଦିନକୁ ଦିନ ବଢିଚାଲିଛି ଚୋରି । ଦୁଇ ମାସରେ ୧୦ ବାଇକ ୫ଘରୁ ଚୋରି ହେଉଛି । କେଉଁଦିନ ଘର ସାମ୍ନାରୁ ଗାଡି ତ କେଉଁଦିନ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି ଦୃବୁତ । ଛତ୍ରପୁର ବ୍ୟାଙ୍କ କଲୋନୀରୁ ଦୁଇଟି ଘରୁ ସୁନା ରୂପ ଅଳଙ୍କାର ଚୋରି, ଉପର ବସ୍ଷ୍ଟାଣ୍ଡ ଓ ଲୋୟାର ବସ୍ ଷ୍ଟାଣ୍ଡରୁ ବାଇକ୍ ଚୋରି ହୋଇଛି । ସହରରେ ସବୁ ଛକ ଏବଂ ଗଳିରେ ସିସି ଟିଭିର ବ୍ୟବସ୍ଥା ଥିଲେ ମଧ୍ୟ ପୋଲିସ ଚୋରଙ୍କ କୌଣସି ଟେର ପାଇପାରୁନି । ନା ଅଛି ପୋଲିସର ରାତ୍ର ପେଟ୍ରୋଲିଙ୍ଗ, ନା କୌଣସି କାର୍ଯ୍ୟନୁଷ୍ଠାନ କେବଳ ଚାଲିଛି ତଦନ୍ତ । ଛତ୍ରପୁର ଥାନା ଅଧିକାରୀଙ୍କ ସହ ଟେଲିଫୋନ ମଧ୍ୟମାରେ ଯୋଗାଯୋଗ କରାଯାଥିଲା ସେ କୌଣସି ଉତ୍ତର ଦେଇନଥିଲେ ।