ମନୋଜ ମଞ୍ଜରୀ ଶିଶୁଭବନର ପ୍ରତିଷ୍ଠା ଦିବସ
କେନ୍ଦୁଝର : କେନ୍ଦୁଝରରେ ପ୍ରତିଷ୍ଠିତ ତଥା ପିତାମାତା ନ ଥିବା ଶିଶୁମାନଙ୍କୁ ସମସ୍ତ ପ୍ରକାରର ସ୍ନେହ, ଆଦର, ଯନô ଓ ଶିକ୍ଷା ପ୍ରଦାନ କରି ସମାଜରେ ପ୍ରତିଷ୍ଠିତ କରାଇବାର ଗୁରୁଦାୟିତ୍ୱ ବହନ କରିଥିବା ମନୋଜ ମଞ୍ଜରୀ ଶିଶୁ ଭବନର ୫୨ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେଇଯାଇଛି । ଶତାଧିକ ଅନ୍ତେବାସୀଙ୍କ ଉପସ୍ଥିତିରେ ଦୁଇଜଣ କନିଷ୍ଠ ଅନ୍ତେବାସୀ ପ୍ରଥମେ କେକ କାଟି ଏହି ପ୍ରତିଷ୍ଠା ଦିବସ ପାଳନକୁ ଆରମ୍ଭ କରିଥିଲେ । ମନୋଜ ମଞ୍ଜରୀ ଶିଶୁ ଭବନର କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାରେ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ମିଶ୍ର ଏହି ଅନୁଷ୍ଠାନର ଅତୀତ ସମ୍ପର୍କରେ ସ୍ମତିଚାରଣ କରି କହିଥିଲେ ଯେ ୧୯୭୩ ମସିହାରେ ଭୟଙ୍କର ରୋଗରେ ପଡି ଅନେକ ଶିଶୁ ପିତୃ ମାତୃହୀନ ହୋଇପଡିଥିବା ବେଳେ ତତକାଳୀନ ଜିଲାପାଳ ପ୍ୟାରୀମୋହନ ମାହପାତ୍ରଙ୍କ ଉଦ୍ୟମରେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା । ପରେ କେନ୍ଦୁଝରର ରାଜମାତା ମନୋଜମଞ୍ଜରୀ ଦେବୀ ଏହି ଜାଗା ପ୍ରଦାନ କରିଥିବାରୁ ଏହାର ନାମକରଣ ମନୋଜ ମଞ୍ଜରୀ ଶିଶୁ ଭବନ କରାଯାଇଛି । ଗତ ୫୨ବର୍ଷ ମଧ୍ୟରେ ଅନେକ ଶିଶୁ ଏଥଯାଇ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହୋଇପାରିଛନ୍ତି ଓ ସେମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି ବୋଲି ସେ କହିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା, ସଦସ୍ୟା ଇନ୍ଦୁମତି ପାତ୍ର, ସାବିତ୍ରୀ ବିଶ୍ୱାଳ, ସଦସ୍ୟ ଦେବାଶିଷ ମିଶ୍ର, ଶରତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରାରମ୍ଭରେ ଅନଷ୍ଠାନର ବରିଷ୍ଠ କର୍ମଚାରୀ ବୈକୁଣ୍ଠନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ କର୍ମଚାରୀ ଶରତ ଚନ୍ଦ୍ର ସାମଲ, ନିରୁପମା ପରିଡା,ସୁଶ୍ରୀ ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ ।