୬ ନାଗ ଉଦ୍ଧାର
ସୁକିନ୍ଦା : ବନ ବିଭାଗ ସୁକିନ୍ଦା ଅନ୍ତର୍ଗତ ହରିଡାବାହାଳି ଗ୍ରାମ ଚନ୍ଦ୍ରକାନ୍ତ ମହାନ୍ତଙ୍କ ଘରୁ ୬ ନାଗସାପ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଘରେ ନାଗସାପ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ । ପରିବାର ଲୋକେ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ଘଟଣାସ୍ଥଳରେ ପହଁଚ ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ରଙ୍କିଆ ଗ୍ରାମ ପାଖ ଜଙ୍ଗଲରେ ଛାଡ଼ିଥିଲେ ।