ଗାଁର ମହକ’ ଲୋକାର୍ପଣ ପାଇଁ ଆଲୋଚନାଚକ୍ର
ବାଙ୍କୀ: ବାଙ୍କୀ ଏନ୍ଏସି ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ‘ଗାଁର ମହକ’ ପତ୍ରିକା ଲୋକାର୍ପଣ ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା କବି ଲଲାଟେନ୍ଦୁ ପଣ୍ଡା ଯୋଗଦାନ କରି ପତି୍ରକା ସଂପର୍କରେ ଆଲୋକପାତ କରିବା ସହିତ କବିତା ପାଠୋତ୍ସବ ହେବ ବୋଲି କହିଥିଲେ । ନୀଳମାଧବ ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କୁମାର ଅମୀୟ, ପ୍ରଫୁଲ୍ଲ ପଣ୍ଡା, ସଂକୁନ୍ତଳା ମଲିକ, ରବିନ୍ଦ୍ର ବେଉରା, କଂଗ୍ରେସ ରଣା ପ୍ରମୁଖ ଯୋଗଦାନ କରି ପତ୍ରିକା ଉପରେ ଆଲୋଚନା କରିବା ସହିତ ଉତ୍ସବ ସରସ ସୁନ୍ଦର ହେବା ପାଇଁ ମତ ରଖିଥିଲେ । ଶେଷରେ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।