ଦୁର୍ଘଟଣାରେ କାର୍ ଚୁରମାର
ତାଳଚେର: ତାଳଚେର ବ୍ଲକ ସାଉଥବଲଣ୍ଡା ନିକଟସ୍ଥ ସେଣ୍ଟ୍ରାଲ କଲୋନୀ ଦେଇ ଯାଇଥିବା ସମ୍ମୁଖ ରାସ୍ତାରେ ଗୋଟିଏ କାର୍ ଭାରସ୍ୟାମ ହରାଇ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା ଦେଇଛି । ଫଳରେ ପୋଲଟି ଗାଡି ଉପରେ ପଡିଯିବାରୁ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଛି ଏବଂ ଚାଳକ ଅଳ୍ପକେ ମୃତୁ୍ୟ ମୁଖରୁ ବର୍ତି ଯାଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ କାରଟି ରାସ୍ତାରେ ଯିବା ସମୟରେ ଫାଙ୍କା ରହିଥିଲା, କାହିଁକି ସିଧାସଳଖ ନଯାଇ ଖୁମ୍ବରରେ ପିଟିଇଲା ତାକୁ ନେଇ ଚର୍ଚ୍ଚା ହେଉଛି । ଅନୁମାନ କରାଯାଏ ତାଳଚେର ଅଞ୍ଚଳରେ ଗାଡି ଚାଳନା ବେପରୁଆ ହୋଇପଡିଥିବାରୁ ଏପରି ଦୁର୍ଘଟଣା ଏବେ ସାଧାରଣ କଥା ହୋଇଗଲାଣି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ବେପରୁଆ ଗାଡି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇଲେ କିଛି ମାତ୍ରାରେ ଏହା ଥମିବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି ।