ବିଜୁ ଯୁବ ଛାତ୍ର ପକ୍ଷରୁ ବିକ୍ଷୋଭ
ଭବାନୀପାଟଣା: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଛାତ୍ରୀ ଅସୁରକ୍ଷିତକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ ସ୍ଥାନୀୟ ଚାରି ଛକ ଠାରୁ ନର୍ଲା ଡିଗ୍ରୀ କଲେଜ, ଜିଏନଏମ କଲେଜର ଛାତ୍ରଛାତ୍ରୀ ଓ ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀମାନେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥାନାରେ ପହଞ୍ଚôଥିଲେ । ପରେ ପୁଲିସ ଡ଼ିଜିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନର୍ଲା ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଅଜିତ ସାହୁ, ଉପ ସଭାପତି ଗୋବିନ୍ଦ ତାଣ୍ଡି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଦେବେନ୍ଦ୍ର କୁମାର, ଛାତ୍ର ବ୍ଲକ ସଭାପତି ଘାସିରାମ ସାହୁ, ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ଲିଲି ଦୀପ, ସାଗର ହରପାଲ, ଟୁକୁଲାଲ ସାହୁ, ରୁଦ୍ର ସାହୁ, ଅନ୍ତରାମ ମାଝୀ, ନୀଳମଣି ସାହୁ, ପ୍ରଦୀପ ସାହୁ, ଲାଲ ବାହାଦୁର ନାଏକ, ମିଥୁନ ସାହୁ, ଭୋଳାନାଥ ନାଗ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ବିଜୁ ଜନତା ଦଳର କର୍ମୀ ସାମିଲ ଥିଲେ ।