୭ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଓ୍ୱକ୍ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଓ୍ୱାକ୍ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି। ଏହି ନିଷ୍ପତ୍ତି ଅନୁସାରେ, ଓ୍ୱାକ୍ଫ ସଂଶୋଧନ ସମ୍ପର୍କିତ ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ।