ବେପାରୀ ଗିରଫ ; ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବେପାରୀ ଗିରଫ ; ୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

  • ଭୁବନେଶ୍ୱର, ୨୧ା୯ : ସହିଦନଗର ଥାନା ଅଧିନ ଆଚାର୍ଯ୍ୟ ବିହାର ବସ ଷ୍ଟପରେ ଜଣେ ଧଳାଜହର ବେପାରୀ ବାଇକରେ ଆସି କିଛି ଲୋକଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ, ମାଡି ବସିଲା ଭୁବନେଶ୍ୱର ଅବକାରୀ ବିଭାଗ ଟିମ । ତାଠାରୁ ୬ ଲକ୍ଷ ୫୦ ହଜାର ଟଙ୍କାର ୬୦ ଗ୍ରାମ ବ୍ରାଉନସୁଗାର ଓ ଏକ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ମଞ୍ଚେଶ୍ୱର ଧିରୁକୁଟି ବସ୍ତିର ସୁରେନ୍ଦ୍ର ସାହୁ (୫୦) । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । 
     ସୂଚନା ଯୋଗ୍ୟଯେ, ଶନିବାର ସକାଳ ୮ଟା ବେଳେ ସହିଦନଗର ଥାନା  ଅଞ୍ଚଳରେ ଭୁବନେଶ୍ୱର ଅବକାରୀ ବିଭାଗ ଟିମ ପେଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ଜଣେ ଧଳାଜହର ବେପାରୀ ତା ବାଇକରେ ଆସି ଆଚାର୍ଯ୍ୟ ବିହାର ବସ ଷ୍ଟପ ନିକଟରେ କିଛି ଅଟୋ ଚାଳକ ଓ କିଛି ନିଶାଡିଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ଅବକାରୀ ଟିମ ଖବର ପାଇଥିଲା । ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବା ସହ ତାର ତଲାସି ବେଳେ ପକେଟରୁ ୬୦ ଗ୍ରାମ ବ୍ରାଉନସୁଗାର ଓ କିଛି ଟଙ୍କା ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାର ମୁଲ୍ୟ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ପରେ ତାକୁ ଗିରଫ କରି ଥାନାକୁ ଆଣିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି ।