ଲୋକ ଦେଖାଣିଆରେ ପଞ୍ଚାୟତସ୍ତରୀୟ ଜନଶୁଣାଣି

ଦାନଗଦୀ : ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର କହୁଥିବାବେଳେ ତୃଣମୂଳସ୍ତରରେ ଗ୍ରାମାଞ୍ଚଳ ସାଧାରଣ ଲୋକଙ୍କ ଦୁଃଖ ଶୁଣିବା ପାଇଁ ପଞ୍ଚାୟତସ୍ତରୀୟ ଜନ ଶୁଣାଣିର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବାସ୍ତବରେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଲୋକ ଦେଖାଣିଆ ବା ଧର୍ମକୁ ଆଖି ଠାର ପରି ହେଉଛି ଜନ ଶୁଣାଣି । ଏପରି ଜନ ଶୁଣାଣି ଗୁଡିକରେ ପଞ୍ଚାୟତ ଭିତରେ ଥିବା ସମସ୍ତ ଗାଁର ୱାର୍ଡରେ ଜନ ଶୁଣାଣି ପୂର୍ବରୁ କିଛି ସୂଚନା ମିଳିପାରୁନାହିିଁ । ପଞ୍ଚାୟତର ୭୫ ପ୍ରତିଶତ ଲୋକେ ଜନ ଶୁଣାଣି କେବେ କେଉଁଠି ହେଉଛି ତାର ଖୋଜ ଖବର ପାଉନାହାନ୍ତି । ଯେଉଁ  ଜନ ଶୁଣାଣି ହେଉଛି ସେଥିରେ ବିଡିଓ, ଏବିଡିଓ, ସରପଞ୍ଚ ବାବୁ ଓ ପଞ୍ଚାୟତସ୍ତରୀୟ କେତଜଣ ସରକାରୀ ଚାକିରି କରୁଥିବା ବାବୁ ବାବୁଆଣୀଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ଅଭିଯୋଗକାରୀଙ୍କ ସଂଖ୍ୟା ନଗନ୍ୟ । ୧୦୦ ରେ ୮୦ଲୋକଙ୍କୁ ପଚାରିଲେ ପଞ୍ଚାୟତ ଅଫିସରେ କ’ଣ ହେଉଥିଲା କହୁଛନ୍ତି ଆମେ ଜାଣିନାହୁଁ । ଅତଏବ ଜନ ଶୁଣାଣି ବିଷୟରେ ସେମାନେ ଅବଗତ ନୁହଁନ୍ତି । ଏଥିପାଇଁ ବାସ୍ତବରେ ଦାୟୀ କିଏ? ଯଦି ବ୍ଲକ ପାଖରେ ଗୋଟେ ଗୋଟେ ଛୋଟ ପଞ୍ଚାୟତ ଯେଉଁଠି କି ଦୁଇ ତିନୋଟି ଗାଁ ଅଛି ସେଠି ସବୁ ଲୋକ ଜନ ଶୁଣାଣି ହେଉଛି ବୋଲି ଜାଣି ପାରୁନାହାନ୍ତି, ତା’ହେଲେ ଯେଉଁ ପଞ୍ଚାୟତରେ୧୦/୧୫ଟି ଗାଁକୁ ନେଇ ହେଉଥିବା ଜନ ଶୁଣାଣି କିପରି ସଫଳ ହେଉଥିବ ତାହା ସହଜେ ଅନୁମେୟ । ଲୋକଙ୍କୁ ଅନ୍ଧାରରେ ଆଉ କେତେ ଦିନ ରଖିବେ ଜନ ପ୍ରତିନିଧି? କେବଳ ପଞ୍ଚାୟତ ଅଫିସକୁ ଲାଗିକି ଥିବା ହାତ ଗଣତି କିଛି ଲୋକଙ୍କ ଉପସ୍ଥିତରେ କାଗଜ କଲମରେ ହେଉଛି ଲୋକଙ୍କ ଜନ ଶୁଣାଣି । ବାଃ.. ବାଃରେ ସରକାର ଯଦି ଏପରି କାର୍ଯ୍ୟକ୍ରମ ଚାଲେ ତା ହାଲେ ଗୋଦରା କୋଡେ ଯେତେ ମାଡ଼େ ସେତେ ନ୍ୟାୟରେ ସରକାରଙ୍କର ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକ ଫଳପ୍ରଦ ହେବ ତ? ବୁଦ୍ଧିଜୀବୀ ମାନଙ୍କ ମନରେ ଏ ପ୍ରଶ୍ନ ସୃଷ୍ଟି ହୋଇଛି ।