ମହେଶ୍ୱରପୁର ରାହାସ ଉତ୍ସବ ଉଦ୍ୟାପିତ
ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଠାରେ କାର୍ତ୍ତିକେଶ୍ୱର ବଣିକ ସଂଘ ଆନୁକୁଲ୍ୟରେ ଦ୍ୱିତୀୟ ବାର୍ଷିକ ରାହାସ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ବ୍ରଜକିଶୋର ପାଢୀଙ୍କ ସଭାପତିତ୍ତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ରାହାସ ଉତ୍ସବ କମିଟିର କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିବା ସହିତ ଆସନ୍ତା ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ କଳା କ୍ଷେତ୍ରରେ ଆମ ରାଜ୍ୟର ଟେକ ରଖିବାକୁ ଏହା ଏକ ମାଧ୍ୟମ ବୋଲି ମଧ୍ୟ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯାଜପୁର ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ସ୍ଥାନୀୟ ସରପଞ୍ଚ ସୁଜିତ୍ କୁମାର ରାୟ, ସମିତିସଭ୍ୟା ସ୍ମୃତିରେଖା ସାମଲ, ଜିଲା ପରିଷଦସଭ୍ୟା ସୁନୀତା ରାଉତ, ପୂର୍ବତନ ସରପଞ୍ଚ ଦୀନବନ୍ଧୁ ମଲ୍ଲିକ୍, ଜମଧର ସରପଞ୍ଚ ବାଦଲ ଖୁଣ୍ଟିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ରଶ୍ମିରଞ୍ଜନ ମହାନ୍ତି, ସାଗରିକା ଦାସ, ମନଦୀପା ରାୟ, କଳ୍ପନା ଭୂୟାଁ, କାର୍ତ୍ତିକେଶ୍ୱର ବଣିକ ସଂଘର ସଭାପତି ଗୋପାଳ ଚନ୍ଦ୍ର ସାହୁ, ସମ୍ପାଦକ ସୁଶାନ୍ତ ବେହେରା ଯୁବନେତା ଗୌରାଙ୍ଗ ସାମଲ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ବିଜୟ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରଜକିଶୋର ପାଢୀଙ୍କୁ ନାଟ୍ୟକାର ଭାବେ ଭାସ୍କର ଚନ୍ଦ୍ର ସାହୁ, ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ବ୍ରାହ୍ମଣ ବାଛପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଗୋଲଖ ସାମଲ ସ୍ମୃତି ସଂସଦକୁ ହେଲପିଙ୍ଗ୍ ହ୍ୟାଣ୍ଡର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ମୁଖ୍ୟ ଉଦ୍ୟୋକ୍ତା ଅମିତ୍ ରାଉତଙ୍କୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଶୁଭମ ଅର୍କେଷ୍ଟ୍ରା ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଥିଲେ ।