୭ ଶିଳ୍ପପତି ହରାଇଲେ ୩ଲକ୍ଷ କୋଟି 

ନୂଆଦିଲ୍ଲୀ : ଷ୍ଟକ୍ ମାର୍କେଟ୍ରେ ମାନ୍ଦାବସ୍ଥା । ବଜାର ମୂଲ୍ୟହ୍ରାସ ଯୋଗୁଁ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଭାରତର ଜଣାଶୁଣା ୭ ଶିଳ୍ପପତି ପାଖାପାଖି ୩୪୦୦ କୋଟି ଡଲାର ଅର୍ଥାତ ୨ ଲକ୍ଷ ୭୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଉ ଏମାନଙ୍କର ମୋଟ କ୍ଷତି ପ୍ରାୟ ୩୦ହଜାର କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି । ମୁକେଶ ଆମ୍ବାନୀ, ଗୌତମ ଆଦାନୀ, ଶିବ ନାଦାର, ଅଜିମ୍ ପ୍ରେମଜୀ, ଶପୁର୍ ମିସ୍ତ୍ରୀଙ୍କ ସମେତ ଅନ୍ୟ ୨ କୋଟିପତି ଏହିଭଳି ବୃହତ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଅବଶ୍ୟ ବଜାରରେ ପୂର୍ବାବସ୍ଥା ଫେରିଆସିବାରୁ ଅଧିକ କ୍ଷତିରୁ ଏମାନେ ବଞ୍ଚôଯାଇଛନ୍ତି ବୋଲି ବ୍ଲୁମ୍ବର୍ଗ କୋଟିପତି ସୂଚକାଙ୍କ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । 
ବ୍ଲୁମ୍ବର୍ଗ ଅନୁଶୀଳନରୁ ଜଣାପଡ଼ିଛି ଯେ ୭ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ଗୌତମ ଆଦାନୀ ସର୍ବାଧିକ କ୍ଷତି ସହିଛନ୍ତି । ଚଳିତବର୍ଷ ବଜାରମୂଲ୍ୟ ହ୍ରାସ ଯୋଗୁଁ ତାଙ୍କର ୧୦୧୦ କୋଟି ଡଲାର କ୍ଷତି ହୋଇଥିବା ବେଳେ ମୋଟ୍ ସମ୍ପତ୍ତି ମୂଲ୍ୟ ୬୮୮୦ କୋଟି ଡଲାରକୁ ହ୍ରାସ ପାଇଛି । ଫଳରେ ତାଙ୍କ ଆଦାନୀ ଏଣ୍ଟର୍ ପ୍ରାଇଜେସ୍ ଏଥର ୧୨%କୁ ଖସିଛି । ସେହିପରି ଆଦାନୀ ଗ୍ରୀନ୍ ଏନର୍ଜିରେ ୨୨%, ଆଦାନୀ ଗ୍ୟାସ୍ରେ ୨୧.୨୬%, ଆଦାନୀ ଏନର୍ଜୀ ସଲୁ୍ୟସନ୍ରେ ୬% ଏବଂ ଆଦାନୀ ପୋର୍ଟସ୍ରେ ୩% ହ୍ରାସ ଘଟିଛି । ସେହିପରି ଆଦାନୀଙ୍କ ପଛକୁ ରହିଛନ୍ତି ଭାରତର ଏକ ନମ୍ବର ଶିଳ୍ପପତି ମୁକେଶ ଆମ୍ବାନୀ । ସେ ଚଳିତ ବର୍ଷ ୩୧୩ କୋଟି ଡଲାର ହରାଇଥିବା ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତି ୮୭୫୦ କୋଟି ଡଲାର୍କୁ ହ୍ରାସ ପାଇଛି । ଏହି କ୍ରମରେ ଚଳିତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ୨.୫୪% ଆର୍ଥିକ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ରେ ୨୮.୭% ହ୍ରାସ ପାଇଛି । ସେହିପରି ଏଚ୍ସିଏଲ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ଶିବ ନାଦର ୭୧୩ କୋଟି ଡଲାର କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୬୦୦ କୋଟି ଡଲାରକୁ ହ୍ରାସ ପାଇଛି । 
ୱିପ୍ରୋର ଅଜିମ ପ୍ରେମଜୀ ୨୭୦ କୋଟି ଡଲାର କ୍ଷତି ସହିଥିବା ବେଳେ ତାଙ୍କ ମୋଟ ସମ୍ପତ୍ତି ୨୮୨୦ କୋଟି ଡଲାରକୁ ହ୍ରାସ ପାଇଛି । ସେହିପରି ଶିଳ୍ପପତି ଶପୁର ମିସ୍ତ୍ରୀଙ୍କ ଶପୁରଜୀ ପାଲୋନଜୀ ଗ୍ରୁପ୍ ୪୫୨ କୋଟି ଡଲାର କ୍ଷତି ସହିଥିବା ବେଳେ ତାଙ୍କ ମୋଟ ସମ୍ପତ୍ତି ୩୪୧୦ କୋଟି ଡଲାରକୁ ହ୍ରାସ ପାଇଛି । ଓପି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ୨୨୨ କୋଟି ଡଲାର ହରାଇଥିବା ବେଳେ ଏବେ ତାଙ୍କର ମୋଟ ସମ୍ପତ୍ତି ୩୦୧୦ କୋଟି ଡଲାରକୁ ହ୍ରାସ ଘଟିଛି । ସନ୍ ଫାର୍ମାସୁ୍ୟଟିକାଲ୍ ଇଣ୍ଡଷ୍ଟ୍ରିଜ୍ର ଦିଲୀପ ସାଙ୍ଘ୍ଭି ୪୨୧ କୋଟି ଡଲାର କ୍ଷତି ସହିଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ୨୫୩୦ କୋଟି ଡଲାର୍କୁ ହ୍ରାସ ପାଇଛି ବୋଲି ବ୍ଲୁମ୍ବର୍ଗ ସୂଚକାଙ୍କ ରେ ଦର୍ଶାଯାଇଛି ।
ଷ୍ଟକ୍ ମାର୍କେଟ୍ର ମାନ୍ଦାବସ୍ଥା କେବଳ ଯେ, ଭାରତରେ ପ୍ରଭାବ ପକାଇଛି ତା’ ନୁହେଁ ଭାରତ ବାହାରେ ତଥା ବିଶ୍ୱସ୍ତରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏହି କ୍ରମରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ୧୨୬୦୦ କୋଟି ଡଲାର କ୍ଷତି ସହିଛନ୍ତି । ଏଥିଯୋଗୁ ଟେସଲାର ସେୟାରରେ ୩୯% ହ୍ରାସ ଘଟିଛି । ସେହିପରି ଆମାଜନର ଜେଫ୍ ବେଜୋସ୍ ୨୧୨୦ କୋଟି ଡଲାର କ୍ଷତି ସହିଥିବା ବେଳେ ମେଟାର ମାର୍କ ଜୁକରବର୍ଗ ୬୬୧ କୋଟି ଡଲାର ହରାଇଛନ୍ତି ।