୮ରୁ ବଢ଼ିବ ତାପମାତ୍ରା

୮ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ମେ ୮ରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଯିବ । ୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଦେବଗଡ଼, ନୟାଗଡ଼, ଅନୁଗୁଳ ସହରର ତାପମାତ୍ରା ୪୧ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରି ହ୍ରାସ ପାଇଛି ଏବଂ କିଛି ଜିଲ୍ଲାରେ ପ୍ରାୟ ୨ରୁ ୪ ଡିଗ୍ରି ହ୍ରାସ ପାଇଥିଲା। ଆଜି ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା ।