୮୦ତମ ରାଜ୍ୟ ପୁଲିସ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ

ଭୁବନେଶ୍ୱର :  ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ  ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ସଶସ୍ତ୍ର)  ରାଜେଶ କୁମାର ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚାମ୍ପିଅନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ରାଜେଶ କୁମାର ଧନ୍ୟବାଦ ଜଣାଇଥିଲେ ।  
ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟ ଅତୀତରେ ଆମେରିକାର ବିର୍ମିଂହାମଠାରେ ଅନୁଷ୍ଠିତ ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡା- ୨୦୨୫ରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରି ଓଡିଶା ପୁଲିସର ୭ ଜଣ କୃତି କ୍ରୀଡାବିତ ମାନେ ଅପୂର୍ବ କ୍ରୀଡାନୈପୁଣ୍ୟ ପ୍ରଦର୍ଶନ କରି ଦେଶ, ରାଜ୍ୟ ତଥା ଓଡିଶା ପୁଲିସକୁ ଗୌରବାନ୍ୱିତ କରିଛନ୍ତି । ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖି ଓଡ଼ିଶା ପୁଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ କାଂସ୍ୟ ସମେତ ୨୦ ପଦକ ହାସଲ କରିଛନ୍ତି । ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ଓ ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଶ୍ରୀ ରାଜେଶ କୁମାର ମତବ୍ୟକ୍ତ କରିଥିଲେ । ଏହି ଫୁଟବଲ ଚାମ୍ପିଅନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ପୁଲିସ ଓ ବାଟାଲିୟନର ୪୭ଟି ପୁଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ପ୍ରାୟ ୮୫୦ ଜଣ ଖେଳାଳି ସାମିଲ ହୋଇଛନ୍ତି । ଏହି ଫୁଟବଲ ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ  ଅନୁଷ୍ଟିତ ହେବାକୁ ଯାଉଛି  । ପ୍ରଥମ ପର୍ଯ୍ୟାୟ ରେ  ୨୪ଟି ପୁଲିସ ଦଳ ଅଂଶ କରିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେ ୨୩ଟି ପୁଲିସ ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି । 
ଆଜିର ଉଦଘାଟନୀ ସମାରୋହରେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଏସପି ପ୍ରତୁ୍ୟଷ ଦିବାକର,କେନ୍ଦୁଝର ଏସପି କୁଶଲକର ନୀତୀନ ଦାଗୁଡୁ, ରାଉରକେଲା ଏସପି  ନୀତେଶ ୱାଧାନୀଙ୍କ ସମେତ ବରିଷ୍ଠ ପୁାଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ଉଦଘାଟନୀ ମ୍ୟାଚ  ସୁନ୍ଦରଗଡ଼ ଜିଲ୍ଲା ପୁଲିସ ସହ ଅଷ୍ଟମ ସ୍ୱତନ୍ତ୍ର ଆଇଆରବିଏନ ଭଞ୍ଜନଗର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ୬-୦ ଗୋଲ୍ରେ ବିଜୟୀ ହୋଇଛି ।
ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ଏବଂ କମିଶନରେଟ୍ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା  ୪-୦ ଗୋଲ୍ରେ ବିଜୟୀ ହୋଇଛି । ସେହିପରି ଭବାନୀପୁର ଖେଳପଡିଆରେ ହୋଇଥିବା ତୃତୀୟ ମ୍ୟାଚ୍ରେ ପ୍ରଥମ ଆଇଆରବିଏନ କୋରାପୁଟ ଢେଙ୍କାନାଳକୁ ୬-୦ ଗୋଲ୍ରେ ପରାସ୍ତ କରି ବଡ଼ ବିଜୟ ଲାଭ କରିଛି । ଚତୁର୍ଥ ମ୍ୟାଚ ଝାରସୁଗୁଡା ଜିଲ୍ଲା ପୁଲିସ ଏବଂ ୪ର୍ଥ ଆଇଆରବିଏନ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୪-୧ ଗୋଲ ବ୍ୟବଧାନରେ ଝାରସୁଗୁଡା ଜିଲ୍ଲା ପୁଲିସ ବିଜୟୀ ହୋଇଛି । ପଞ୍ଚମ ମ୍ୟାଚ ବ୍ରହ୍ମପୁର ଜିଲ୍ଲା ଓ ତୃତୀୟ ଏସଏସବିଏନ ଗଜପତି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବ୍ରହ୍ମପୁର ଜିଲ୍ଲା ପୁଲିସ ୨-୦ ଗୋଲରେ ବିଜୟୀ ହୋଇଛି ।