୯ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ
ଭୁବନେଶ୍ୱର ୨୨ ।୧୦ : ବେଶ୍ କିଛି ଦିନ ଧରି ଭରତପୁର ଥାନା ଅନ୍ତର୍ଗତ ପୁରୁଣା ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଗଞ୍ଜେଇ ବିକ୍ରି କରି ଆସୁଥିଲେ । ଏ ବାବଦରେ ସ୍ଥାନୀୟ ଥାନା ପୁଲିସ ଖବର ପାଇ ପୁରୁଣା ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ବୃଦ୍ଧକୁ ଗିରଫ କରିବା ସହ ତାଙ୍କ ଠାରୁ ୯ କେଜି ୫ଶହ ୭୦ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ବୃଦ୍ଧଙ୍କ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବେଗୁନିଆପଡ଼ା ପୂର୍ଣ୍ଣ ଚନ୍ଦ୍ର ପଲେଇ (୭୫) । ସେ ଏଠାରେ ପାହଳ ଥାନା ଅନ୍ତର୍ଗତ ପାହାଳ ବଜାର ପାଖରେ ରହୁଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ପୁଲିସ ଦ୍ୱାରା ଧରି ପଡ଼ିବା ପରେ ସେ ଗଞ୍ଜେଇ ବେପାର କରୁଥିବା ନେଇ ଜଣାପଡ଼ିଛି ।