କଂପାନୀରୁ ୨୦ଲକ୍ଷ ଟଙ୍କା ଇଲେକ୍ଟି୍ର ଜିିନିଷ ଚୋରି
କମ୍ପାନୀ ମ୍ୟାନେଜର ଗିରଫ,୨୪ ଏସି, ୨ଟି ଟିଭି ଏବଂ କ୍ୟାମେରା ଜବତ
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୬ା୪ : କଂପାନୀରୁ ଇଲେକ୍ଟ୍ରି ଜିନିଷ ଚୋରି କରିବା ଘଟଣାରେ ପାହଳ ଥାନା ପୁଲିସ କମ୍ପାନୀ ମ୍ୟାନେଜକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପାହାଳ ଉକ୍ରଳ ହାଇଟ୍ସରେ ରହୁଥିବା ପ୍ରଶାନ୍ତ କୁମାର ପରିଡା । ତାଠାରୁ ପୁଲିସ ଲକ୍ଷାଧିକ ଟଙ୍କାର ଇଲେକ୍ଟି୍ର ଜିନିଷ ଚୋରି କରି ଜବତ କରିଛି । ଚୋରି ହୋଇଥିବା ନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ କମ୍ପାନୀ ନିଦେ୍ର୍ଦଶକ ପଙ୍କଜ କୁମାର ମିତଲ ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ସି ଆଣ୍ଡ ଏଫ୍ ଏଜେଣ୍ଟ ଅଫ୍ ପାନାସୋନିକ୍ ଲାଇଫ୍ ଷ୍ଟାଲେନ୍ ପ୍ରଡୁ୍ୟସ ଇଣ୍ଡିଆରେ ପାହାଳ ଅନ୍ତର୍ଗତ ପ୍ଲଟ ନମ୍ବର-୧୩୭୦ରେ ଥିବା ଗୋଦାମରେ ୱେୟାର ହାଉସ ମ୍ୟାନେଜର ଭାବେ ଗତ ୪/୫ ବର୍ଷ ହେବ କାମ କରିଆସୁଛନ୍ତି । ଗତ ୩ ତାରିଖ ଦିନ ହୋଇଥିବା ଅଡିଟରେ ୩୮ଟି ଏୟାରକଣ୍ଡିସନ, ୨ ଟି ଏଲଇଡି ଟିଭି, ୨ଟି ରେଫ୍ରିଜରେଟର, ଏବଂ ଗୋଟିଏ କ୍ୟାମେରା ଚୋରୀ ହୋଇଯାଇଥିବା ଅଭିଯୋଗକାରୀ ଜାଣିବାକୁ ପାଇଥିଲେ । ସେ ଏସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଏହି ଚୋରୀ କରିଥିବା ଏବଂ ଚୋରୀ ଏସିରୁ ୩୦ଟି, ୨ଟି ରେଫ୍ରିଜରେଟର, ୨ଟି ଏଲଇଡି ଟିଭିକୁ ଜଟଣୀ ଅଞ୍ଚଳର ପ୍ରଦୀପ କୁମାର ସାହୁ ନାମକ ଜଣେ ଦୋକାନୀଙ୍କୁ କମ ଦାମରେ ବିକ୍ରି କରିଥିବା କଥା ସ୍ୱୀକାର କରିଥିଲେ । ପରେ ସେ ଏନେଇ ଅଭିଯୋଗକାରୀଙ୍କ ନିକଟରେ ଏକ ସ୍ୱୀକାରୋକ୍ତି ପତ୍ର ଲେଖିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢାଉ ଜରିଆରେ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ୮ ଟି ଏସିକୁ ମିଶାଇ ମୋଟ ୨୪ଟି ଏସି ଏବଂ ଦୁଇଟି ରେଫ୍ରିଜରେଟର ଜବତ କରିଥିଲେ । ଅଧିକ ତଦନ୍ତରୁ ଜଣା ପଡିଥିଲା ଯେ, ଜଟଣୀର ପ୍ରଦୀପ କୁମାର ସାହୁ ବାପୁଜୀନଗର ଠାରେ ଥିବା ସ୍ପେକଟ୍ରା ଭିଜନ ସୋରୁମରେ ଜଣେ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଅଭିଯୋଗକାରୀଙ୍କ ଗୋଦାମରୁ ତାଙ୍କ ସୋରୁମକୁ ନିୟମିତ ଭାବେ ବିଭିନ୍ନ ପ୍ରକାର ଇଲୋକଟ୍ରୋନିକ୍ସ ସାମଗ୍ରୀ ସବୁ କିଣା ହୋଇ ଆସେ । ସେଠାକୁ ଯିବା ଆସିବା ମଧ୍ୟରେ ନିମ୍ନୋକ୍ତ ଅଭିଯୁକ୍ତଙ୍କର ତାଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା । ଅଭିଯୁକ୍ତ ଜଣକ ପ୍ରଦୀପଙ୍କୁ କମ ଦାମରେ ଇଲୋକଟ୍ରୋନିକ୍ସ ସାମଗ୍ରୀ ସବୁ ଯୋଗାଇ ଦେବା ଲାଗି ପ୍ରତିଶୃତି ଦେବା ସହିତ ଗ୍ରାହକ ଯୋଗାଡ଼ କରିବା ଲାଗି ପ୍ରବର୍ତ୍ତାଇଥିଲେ । ପ୍ରଦୀପ ଗ୍ରାହକ ଠିକ କରି ଫୋନ-ପେ କିମ୍ବା ଗୁଗୁଲ-ପେ ଜରିଆରେ ଟଙ୍କା ପଠାଇବା ପରେ ଅଭିଯୁକ୍ତ ଉକ୍ତ ଗୋଦାମରୁ ସାମଗ୍ରୀ ଚୋରୀ କରି ପ୍ରଦୀପଙ୍କୁ ଡେଲିଭରି ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଦୀପ ଟାତ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ ଫୋନରୁ ମୋଟ ୩,୮୨,୦୦୦ ଟଙ୍କା ଅଭିଯୁକ୍ତଙ୍କ ଅକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା ।