୯ ରାଜ୍ୟରେ ଏସଆଇଆର ଆରମ୍ଭ : ଡିସେମ୍ବର ୪ ଯାଏଁ ଚାଲିବ

ଭୁବନେଶ୍ୱର : ଆଜିଠାରୁ ୯ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଶେଷ ସଘନ ସଂଶୋଧନ (ଏସଆଇଆର) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିହାରରେ ବିଶେଷ ସଘନ ସଂଶୋଧନ ସଫଳତାର ସହ ସମାପ୍ତ ହେବା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସହିତ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷଦ୍ୱୀପ ଏବଂ ପୁଡୁଚେରୀ କେନ୍ଦ୍ରଶାସିତ  ଅଞ୍ଚଳର ୩୨୧ ଜିଲ୍ଲା ଏବଂ ୧,୮୪୩ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ୫୧ କୋଟି ଭୋଟରଙ୍କୁ ଏହି ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ କରାଯିବ ।

      ସୂଚନାଯୋଗ୍ୟଯେ, ଏହି ୧୨ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଶେଷ ସଘନ ସଂଶୋଧନ ପାଇଁ ପରିଗଣନା ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଚାଲୁ ରହିବ । ଏଥିପାଇଁ ୫.୩ ଲକ୍ଷରୁ ଉର୍ଦ୍ଧ୍ୱ ବୁଥ୍‌ ସ୍ତରୀୟ ଅଧିକାରୀ, ୭.୬୪ ଲକ୍ଷ ବୁଥ୍‌ ସ୍ତରୀୟ ପ୍ରତିନିଧି, ୧୦,୪୪୮ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ/ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ୩୨୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଣନା ସମୟରେ, ବୁଥ୍‌ସ୍ତରୀୟ ଅଧିକାରୀମାନେ ପରିଗଣନା ଫର୍ମ ବଣ୍ଟନ ଏବଂ ସଂଗ୍ରହ ପାଇଁ ଅତି କମରେ