ୱାଣ୍ଡେର୍ଲାରେ ଫ୍ରେଣ୍ଡସିପ୍ ଡେ'ର ବିଶେଷ ଅଫର

 ଭୁବନେଶ୍ୱର : ଭାରତର ସର୍ବବୃହତ ମନୋରଞ୍ଜନ ପାର୍କ ଚେନ୍ ୱଣ୍ଡର୍ଲା ହଲିଡେଜ୍ ଚଳିତ ବର୍ଷ ଏହାର ଫ୍ରେଣ୍ଡସିପ୍ ଡେ ଉତ୍ସବ ପାଳନ କରିବ । ଏଥିରେ ସଙ୍ଗୀତ, ବୃହତ ପାର୍କ ଘଂଟା ଓ ବିଶେଷ ଅଫର ଚାରିଟି ପାର୍କ  ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି ଓ ଭୁବନେଶ୍ୱରରେ ଉପଲବ୍ଧ ହେବ । ଅଗଷ୍ଟ ୨ ଏବଂ ୩ ତାରିଖରେ, ୱଣ୍ଡର୍ଲା ଉଭୟ ପ୍ରବେଶ ଟିକେଟ୍ ଏବଂ ଟିକେଟ୍ ଖାଦ୍ୟ କମ୍ବୋରେ ‘ବାଏ ୧, ଗେଟ ୧' ଅଫର ପ୍ରଦାନ କରିବ । ସ୍ୱତନ୍ତ୍ର ଭାବେ ଅନଲାଇନରେ ଉପଲବ୍ଧ, ଏହି ସୀମିତ-ସମୟର ଡିଲ୍ ଯାତ୍ରା, ଜୀବନ୍ତ ମନୋରଞ୍ଜନ ଏବଂ ଉତ୍ସବ ମନୋଭାବ ସହିତ ସମୟ ବିତାଇବାକୁ ଚାହୁଁଥିବା ବନ୍ଧୁମାନଙ୍କ ପାଇଁ ଏହା ସର୍ବୋତମ ସୁଯୋଗ । ବନ୍ଧୁତ୍ୱ ଦିବସ ପାଳନ ଉପରେ ସୂଚନା ପ୍ରଦାନ କରି ୱଣ୍ଡର୍ଲା ହଲିଡେଜ୍ ଲିମିଟେଡର ମୁଖ୍ୟ ପରିଚାଳନା ଅଧିକାରୀ ଧିରନ ଚୌଧୂରୀ କହିଛନ୍ତି, “ଏକ ବିଶ୍ୱରେ ଯେଉଁଠାରେ ଅଧିକାଂଶ କଥାବାର୍ତା ସ୍କ୍ରିନ୍ ମାଧ୍ୟମରେ ହୋଇଥାଏ, ଆମେ ବିଶ୍ୱାସ କରୁ ଯେ ସବୁଠାରୁ ଅର୍ଥପୂର୍ଣ୍ଣ ମୁହୂର୍ତଗୁଡ଼ିକ ବାସ୍ତବ ଜୀବନରେ ଏକାଠି ଅନୁଭବ କରନ୍ତି । ୨୫ ବର୍ଷରୁ ଅଧିକ ସମୟ ଧରି, ୱଣ୍ଡର୍ଲା ଖେଳ, ରୋମାଞ୍ଚ ଏବଂ ଉପସ୍ଥିତି ମାଧ୍ୟମରେ ଲୋକଙ୍କୁ ପୁନର୍ବାର ସଂଯୋଗ କରିବା ପାଇଁ ଏକ ନିରାପଦ, ଉଚ୍ଚ-ଗୁଣବତାଯୁକ୍ତ ପରିବେଶ ପ୍ରଦାନ କରିଛି । ୱଣ୍ଡର୍ଲା ହେଉଛି ଏହି ଫ୍ରେଣ୍ଡସିପ୍ ଡେ ୱିକେଣ୍ଡକୁ ଉପଭୋଗ କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଅଫର୍ ପାଇଁ ବୁକିଂ ବର୍ତମାନ ଅଗଷ୍ଟ ୩ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଖୋଲା ଅଛି, କେବଳ ଙ୍ଗଙ୍ଗଙ୍ଗ.ଙ୍ଗକ୍ଟଦ୍ଭୟରକ୍ସକ୍ଷବ.ମକ୍ଟଜ୍ଞ ମାଧ୍ୟମରେ ଏବଂ ଓଟିଏ ଭାଗୀଦାର ମାଧ୍ୟମରେ ।