ନେଟାଫିମ୍ ଇଣ୍ଡିଆର ୬୦ ବର୍ଷ ପୂର୍ତ୍ତି : କୃଷି ଶିକ୍ଷା ଆରମ୍ଭ, ୧ଲକ୍ଷ କୃଷକ ପାଇବେ ଫାଇଦା

 ଭୁବନେଶ୍ୱର : ସଠିକ ଜଳସେଚନ ସମାଧାନରେ ବିଶ୍ୱର ଅଗ୍ରଣୀ ତଥା ନେଟାଫିମ୍ ଓର୍ବିଆର ପ୍ରିସିସନ୍ ଏଗ୍ରିକଲ୍ଚର ବିଜ୍ନେସର ସହାୟକ କମ୍ପାନୀ ନେଟାଫିମ୍ ଇଣ୍ଡିଆ କୃଷି କ୍ଷେତ୍ରରେ ୬୦ ବର୍ଷର ନବସୃଜନ, ପ୍ରଭାବ ଏବଂ ନେତୃତ୍ୱକୁ ପାଳନ କରୁଛି । ଏହି ମାଇଲଖୁଂଟ କୃଷି ପରିବର୍ତନ, ଖାଦ୍ୟ ସୁରକ୍ଷା ଅଗ୍ରଗତି, ଜଳବାୟୁ ନମନୀୟତା ଏବଂ ସମଗ୍ର ବିଶ୍ୱରେ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବାର ଛଅ ଦଶନ୍ଧି ଚିହ୍ନିତ କରେ । ନିଜର ୬୦ ବର୍ଷର ଯାତ୍ରାକୁ ସ୍ମରଣୀୟ କରିବା ଉଦେ୍ଦଶ୍ୟରେ, ନେଟାଫିମ୍ ଇଣ୍ଡିଆ ଦଶଟି ରାଜ୍ୟରେ ବ୍ୟାପକ ସ୍ତରରେ କୃଷକ ଶିକ୍ଷା ପଦକ୍ଷେପ ଆରମ୍ଭ କରିବ । ଏହି କାର୍ଯ୍ୟକ୍ରମ ଏକ ଲକ୍ଷରୁ ଅଧିକ କୃଷକଙ୍କ ନିକଟରେ ପହଂଚିବ, ଯେଉଁଥିରେ କ୍ଷୁଦ୍ର ଚାଷୀ, ମହିଳା ଚାଷୀ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀ ଉପରେ ଗୁରୁତ୍ୱ ଦିଆଯିବ । ଭାରତରେ, ନେଟାଫିମ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି-୧୨ ଲକ୍ଷରୁ ଅଧିକ କୃଷକଙ୍କ ନିକଟରେ ପହଂଚି ୧୩ ଲକ୍ଷ ହେକ୍ଟର ଜମିକୁ ସ୍ମାର୍ଟ ଜଳସେଚନ ଅଧୀନରେ ଆଣିଛି । ଏହାର ସଠିକ୍ ଜଳସେଚନ ସମାଧାନ ଭାରତୀୟ କୃଷକମାନଙ୍କୁ ୩୦-୪୦% ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଛି, ଯେତେବେଳେ କି ଜଳ ବ୍ୟବହାରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି, ଯାହା ଏକ ଜଳବାୟୁ-ନମନୀୟ ଏବଂ ଜଳ-ଦକ୍ଷ କୃଷି ଇକୋସିଷ୍ଟମରେ ଯୋଗଦାନ ଦେଇଛି । ପରିଚାଳନା ନିଦେ୍ର୍ଦଶକ ରଣଧୀର ଚୌହାନ କହିଛନ୍ତି ଆମେ ବିଶ୍ୱ ସ୍ତରରେ ୬୦ ବର୍ଷ ପାଳନ କରୁଛୁ ଏବଂ ଆମର ଲକ୍ଷ୍ୟ ଅପରିବର୍ତିତ ରହିଛି । ଭାରତୀୟ କୃଷକମାନଙ୍କୁ କମ୍ ନିବେଶ ସହିତ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିବା । ଏହି ମାଇଲଖୁଂଟ କେବଳ ଅତୀତକୁ ପ୍ରତିଫଳିତ କରିବା ନୁହେଁ ବରଂ ଏକ ସ୍ମାର୍ଟ, ଅଧିକ ସମାବେଶୀ ଏବଂ ଜଳବାୟୁ-ନମନୀୟ କୃଷି ଭବିଷ୍ୟତ ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ ।