ଅଜଣା ଗାଡ଼ି ଧକ୍କାରେ ବାପା ଓ ପୁଅ ମୃତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖାସବାହାଲ ଗାଁର ଉପେନ୍ଦ୍ର ଶବର (୩୫) ଓ ପୁଅ ହରିଓମ୍ ଶବର (୧୩) ଅଜଣା ଗାଡ଼ି ଧକ୍କାରେ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ପୁଅ ହରିଓମ କଳାହାଣ୍ଡି ନିକଟସ୍ଥ ଗୁରୁଜଙ୍ଗ ଆଶ୍ରମ ବିଦ୍ୟାଳୟରେ ପାଠ ପଢିଥିଲେ ହରି ଓମ୍ଙ୍କ ଜେଜେମାଁଙ୍କ ଦେହାନ୍ତ ହେବାରୁ ଘରକୁ କାର୍ଯ୍ୟରେ ଯୋଗ ଦେବା ପାଇଁ ପୁଅକୁ ଧରି ବାଇକ୍ରେ ଘରକୁ ଫେରୁଥିବା ସମୟରେ ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳ ବଙ୍କାପୁର ଜାମଖୁଣ୍ଟା ମଝିରେ ଅଜଣା ଗାଡ଼ି ଧକ୍କାରେ ବାପ ଓ ପୁଅ ମୃତୁ୍ୟ ବରଣ କରିଥିଲେ । ଦୁର୍ଘଟଣାରେ ଆଖପାଖ ଅଞ୍ଚଳର ସହ ସହ ଲୋକ ଆସି ରାଜ୍ୟ ରାଜପଥ ଅବରୋଧ କରି ମୃତ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଅଞ୍ଚଳବାସୀ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀଙ୍କୁ ଅବଗତ କରିବାରୁ ଖଡିଆଳ ବିଧାୟକ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଅବଗତ କରିବା ପରେ ଘଟଣା ସ୍ଥାନକୁ ତହସିଲଦାର ପହଞ୍ଚି ମୃତ ପରିବାରକୁ ୨୦ ହଜାର ଟଙ୍କା ଶବ ସକôାର କରିବା ପାଇଁ ପ୍ରଦାନ କରିଥିଲେ ଓ ରୋଡ ଇନସୁରାନ୍ସରୁ ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।