ୱାର୍ଲଡ କ୍ୟାନ୍ସର ଡେ’ରେ ବାଲୁକା କଳା
ପୁରୀ : ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୱାର୍ଲ୍ଡ କ୍ୟାନ୍ସର ଡ଼େ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାଟି ୨୦ଫୁଟ୍ ଓସାର ଓ ୭ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ । ଏ ବର୍ଷ ଥିମ୍ ୟୁନାଇଟେଡ଼ ବାଇ ୟୁନିକୁ୍ୟକୁ ଆଧାର କରି ବାଲୁକା କଳା ନିର୍ମାଣ କରାଯାଇଛି । ଏହି ବର୍ଷ କିମ୍ସର ବିଶେଷଜ୍ଞ ମାନେ ମାନସ ସାହୁଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ କ୍ୟାନ୍ସରର ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।