ନୂତନ ବିଡିଓଙ୍କ ଯୋଗଦାନ
ରାଜକନିକା: ରାଜକନିକା ବ୍ଲକ୍ରେ ନୂତନ ବିଡିଓ ଭାବେ କୈଳାସ ଚନ୍ଦ୍ର ମହାଳିକ ଯୋଗଦାନ କରିଛନ୍ତି । ସୂଚନା ଅନୁଯାଇ କିଛି ଦିନ ହେବ ରାଜକନିକା ବ୍ଲକରେ ପୂର୍ବତନ ବିଡିଓ ପୃଥ୍ୱୀରାଜ ପରିଡା ବଦଳି ପରେ ବିଡିଓ ଭାବେ କନିକା ତହସିଲଦାର ଅଶୋକ କୁମାର ଦେହୁରୀ କାର୍ଯ୍ୟଭାର ସମ୍ଭାଳି ଥିଲେ କିନ୍ତୁ ଏବେ ତାର ପରିସମାପ୍ତି ଘଟିଛି । ନୂତନ ବିଡିଓ ଭାବେ ଶ୍ରୀଯୁକ୍ତ ମହାଳିକଙ୍କୁ ବ୍ଲକ୍ର ସମସ୍ତ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି