ଅଗ୍ନିବିପନ୍ନ ବିପନ୍ନଙ୍କୁ ସହାୟତା

 ତିହିଡି:  ବଡ଼ଗାଲୋ ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆଙ୍କର ଅଗ୍ନିକାଣ୍ଡରେ ଘର ସମ୍ପୁର୍ଣ୍ଣ ଜଳିଯାଇଥିଲା । ଏହା ସହିତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବରପାଇ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସୋମବାର ଅଗ୍ନିବିପନ୍ନଙ୍କ ନିକଟରେ ପହଞ୍ଚô ସହାୟତା ପ୍ରଦାନ କରିବା ସହିତ ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏଥିସହିତ ତାଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେଥିନେଇ ସେ ପ୍ରଶାସନ ନିକଟରେ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସହାୟତା ବେଳେ ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ବିଜେଡି ନେତା ସଂଗ୍ରାମ ଦାସ, ନିତ୍ୟାନନ୍ଦ ବେହେରା, ଉମାକାନ୍ତ ସେଠୀ, ଗଣେଶ ନାୟକ, ଅଶୋକ ଜେନା, ମହେଶ୍ୱର ସେଠୀ, ବାଦଲ ଜେନା ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।