ଦୁର୍ଘଟଣାରେ ଚାଲିଗଲା ଲୁଟେରାଙ୍କ ଜୀବନ 

 ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ନିକଟରେ ଜଣେ ମହିଳାଙ୍କ ନିକଟରୁ ଏକ ମୋବାଇଲ ଲୁଟ୍ କରି ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାରେ ଲୁଟେରାଙ୍କର ମୃତୁ୍ୟ ଘଟିଛି ।  ପ୍ରକାଶ ଯେ, ସୋର ଅଞ୍ଚଳର ଅନିତା ନାୟକ ତାଙ୍କ ପୁଅ ସହିତ ବାଇକ ପଛରେ ବସି ବିଦୁ ଅଭିମୁଖେ ଯାଉଥିବା ବେଳେ ମୋବାଇଲରେ କଥା ହେଇଥିଲେ । ଦହିସଡା ଛକ ନିକଟରେ ତାଙ୍କ ପଛରୁ (ଓଡି ୦୧ ଭି ୨୮୭୮) ନମ୍ବର ବିଶିଷ୍ଟ ସ୍କୁଟିରେ ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମଦନାପୁର ଗ୍ରାମର ପ୍ରଦୀପ ମଳିକ(୨୪)  ଆସି ମୋବାଇଲଟିକୁ ଲୁଟ୍ କରି ଦ୍ରୁତ ଗତିରେ ଯାଉଥିବା ବେଳେ ମଡର୍ଣ୍ଣ ହୋଟେଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦୁ୍ୟତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରଦୀପର ମୃତୁ୍ୟ ଘଟିଥିଲା । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚô ତାକୁ ୧୦୮ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏ ବାବଦରେ ୯୭୯/୨୪ରେ ଏକ ମାମଲା ରୁଜୁ କରି ମେଡିକାଲରେ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି । ତେବେ ମୋବାଇଲ ଲୁଟ୍ ସମୟରେ ଅନିତା ବାଇକ୍ରୁ ଖସି ପଡି ଗୁରୁତର ଆହତ ହୋଇ ସୋର ମେଡିକାଲରେ ଚିକିତ୍ସିତ ହେବା ପରେ ସୋର ଥାନାକୁ ସୂଚନା ଦେଇଥିଲେ ଏବଂ ଦୁର୍ଘଟଣାଗ୍ରସ୍ତ ସ୍କୁଟିଟି ବାଲେଶ୍ୱର ଅଞ୍ଚଳରୁ ଚୋରି ହୋଇଥିବା ନେଇ ପୁଲିସ ସୂଚନା ଦେଇଛି ।