ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକଙ୍କ ବିରୋଧରେ ଅଭିଯୋଗ ଘଟଣା : ସାନି ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ, ତଦନ୍ତ କମିଟି ପୁନର୍ଗଠିତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ ମାନସିକ ନିର୍ଯାତନା, ବ୍ୟକ୍ତିଗତ ମର୍ଯ୍ୟାଦାହାନୀ ଟୀକା ଟିପ୍ପଣୀ ପ୍ରଦାନ, କାର୍ଯ୍ୟାଳୟରେ ମନ୍ଦ ଉଦେ୍ଦଶ୍ୟ ସୂଚକ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ, ଧାର୍ମିକ ଆକ୍ଷେପ, ଲିଙ୍ଗଗତ ଭେଦଭାବପୂର୍ଣ୍ଣ ପ୍ରଶ୍ନ ପଚାରିବା ଭଳି ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀମାନଙ୍କ ଗୁରୁତର ଅଭିଯୋଗର ସାନି ତଦନ୍ତ ପାଇଁ ପୁର୍ନଗଠିତ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି ।
ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଗତ ୩୦ ତାରିଖରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୨୫୫୫ ଅନୁଯାୟୀ ନୂତନ କମିଟି ଗଠନ କରାଯାଇ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ହୋଇଛି । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ତଥା ପରିବାର ନିୟୋଜନ ଅଧିକାରିଣୀ ଡା. କନକଲତା ସାହୁଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟିରେ ଜିଲ୍ଲା ମେଡିକାଲ ଅଫିସର ତଥା ଜିଲ୍ଲା ମୁଖ୍ୟ ଚିକିସôାଳୟ ଅଧିକ୍ଷକ ଡା. ମିନତୀଲତା ଦାସ, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ସନ୍ତୋଷ ପୁଷ୍ଟି, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ସଙ୍ଗୀତା ବଳ, ଜିଲ୍ଲା ଯୋଜନା ପରିଚାଳିକ ବନବିହାରୀ ମିଶ୍ର ଓ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅନିତାରାଣୀ ରାଉତଙ୍କୁ ନେଇ ୬ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ତଦନ୍ତ ପାଇଁ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀଙ୍କ ମୂଳ ଅଭିଯୋଗ ପତ୍ରକୁ ବିଚାରକୁ ନେବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା.ସ୍ୱାଇଁଙ୍କ ବିରୋଧରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପୂର୍ବ ଅଭିଯୋଗ ଓ ଆୟୁଷ ଡାକ୍ତରମାନଙ୍କ ପୂର୍ବ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ନିଦେ୍ର୍ଦଶ ହୋଇଛି । ଏହା ଦ୍ୱାରା ଗତ ଅଗଷ୍ଟ ମାସରେ ୩ ଜଣିଆ ତଦନ୍ତ କମିଟିର ରିପୋର୍ଟକୁ ଗ୍ରହଣ କରାଯାଇନଥିବା ଜଣାଯାଇଛି । ଗତ ୨ ମାସ ପୂର୍ବେ କୋଠାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରମାନଙ୍କ ଅଭିଯୋଗ ଘଟଣାର ତଦନ୍ତକାରୀ ଭାବେ ରିପୋର୍ଟ ପ୍ରଦାନ କରିବାରେ ଅସମର୍ଥ ହୋଇଥିବା ଜନୈକ ଡାକ୍ତର ଏହି ତଦନ୍ତ କମିଟିରେ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଛି ।