"ସ୍ୱାଭିମାନ’ ସାହିତ୍ୟ ସଂସଦ ଉଦ୍ଘାଟିତ
ଉଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକଘର ନିକଟରେ ଥିବା ସାଳନ୍ଦୀ ଉଚ୍ଚମାଧ୍ୟ୍ୟମିକ ଆବାସିକ ସ୍କୁଲରେ ନୂତନ ଭାବେ ଗଠିତ ହୋଇଥିବା ସମ୍ପାଦକ ଋତୁରାଜ ଅକ୍ଷୟଙ୍କ ମାନସ ସନ୍ତାନ "ସ୍ୱାଭିମାନ’ ସାହିତ୍ୟ ସଂସଦ ଉଦ୍ଘାଟନ ହୋଇଛି । ଉଦ୍ଘାଟକ ଭାବେ ଯୋଗଦେଇଥିଲେ ଉତ୍ତର ଓଡିÿଶା ବିଶ୍ୱବିଦ୍ୟାଳୟର ପ୍ର. ଅଟଳ ବିହାରୀ ନାୟକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକବି ହୃଦାନନ୍ଦ ପ୍ରାଣିଗ୍ରାହୀ ସହଯୋଗ କରିଥିଲେ । ଡ. ଅବନୀ ପ୍ରଧାନ ଓ ଡ. ଭାରତ ଦାସ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ପ୍ର. ରାଜ କିଶୋର ସାହୁ, ନରେଶ ମଣ୍ଡଳ, ରତିକାନ୍ତ ବେହେରା, ଡ. ପ୍ରଭାତ ନଳିନୀ ମହାପାତ୍ର, ସୁଶ୍ରୀ ପ୍ରୀତିଲତା ପଣ୍ଡା, ଗୀତାରାଣୀ ଆଇଚ, ଶରତ ନାୟକ, କିଶୋର ପାଣିଗ୍ରାହୀ, ସଂଯୁକ୍ତା ବଳ ନାୟକ, ମୁସ୍ତକ ଗହର, ଅବଦୁଲ ଦୟାନ, ବିଚିତ୍ରା ନନ୍ଦ ଜେନା, ରମେଶ ସ୍ୱାଇଁ, ଗୀତିକବି ଶଶାଙ୍କ ପଣ୍ଡା ଗୀତିକବି ମାନସପଣ୍ଡା, ଗୌତମ ମହାରଣା, କୈଳାଶ ଦାସ,ବରିଷ୍ଟ ଅଧିବକ୍ତା ଅଗଣି ଚରଣ ଜେନା,ପ୍ର, ଦେବେନ୍ଦ୍ର ନାଥ ଧନୀ ଡ଼ ରମାକାନ୍ତ ନାୟକ, ଗୀତିକାର ଅରୂପାନନ୍ଦ ନଗେନ ପ୍ରସାଦ ଦାସ ନାୟକ, ଦୂରଦର୍ଶନ ଜିଲ୍ଲା ପ୍ରତିନିଧି ଅଶୋକ ନାୟକ, କବି ବିଜୟ ବହଳି, ସମ୍ବଦର ଜିଲ୍ଲା ମୁଖ୍ୟ ଡ. ହରିହର ନାୟକ, ବ୍ୟାଙ୍କ ଅଧିକାରୀ ଜଗନ୍ନାଥ ରାଉତ, ପୂଜ୍ୟପୂଜା ସମ୍ପାଦକ ରୂପକ ବିହାରୀ ରାୟ, ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସ, ମାଟିର ମହକ ସମ୍ପାଦକ ରାଖାଲ ଚନ୍ଦ୍ର ସ୍ୱାଇଁ, ଗୀତାଞ୍ଜକି ଅଗସ୍ତି, ପ୍ରମୋଦ ଅଗସ୍ତି, ଡ. ଅଭୟ ଦାସ, ଡ. ଅବନୀ ପ୍ରଧାନ ସହଯୋଗ କରିଥିଲେ । ଅରୂପାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।