ଅଙ୍ଗଦାନ ଓ ରାଷ୍ଟ୍ରୀୟ ମର୍ଯ୍ୟାଦା
ଶରୀରର ବିଭିନ୍ନ ରୋପଣ ଯୋଗ୍ୟ ଅଙ୍ଗକୁ ଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଉଥିବା ବ୍ୟକ୍ତିମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମାପନ କରାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତିି । ବିଭିନ୍ନ ସମୟରେ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣକୁ ନେଇ ମୃତୁ୍ୟ ପରେ ଶରୀରରୁ ରୋପଣଯୋଗ୍ୟ ଅଙ୍ଗ ବାହାର କରି ସେଭଳି ଅଙ୍ଗ ସବୁ ଆବଶ୍ୟକ କରୁଥିବା ରୋଗୀଙ୍କ ଠାରେ ରୋପଣ କରାଯିବା ନେଇ ଦାନ କରିବା ପାଇଁ ଅନେକ ପ୍ରଗତିଶୀଳ ବ୍ୟକ୍ତି ଆଗ୍ରହୀ । ମୃତୁ୍ୟପରେ ବିଭିନ୍ନ ଧର୍ମୀୟ ବିଶ୍ୱାସକୁ ନେଇ ମଣିଷ ଦେହକୁ ନଷ୍ଟ କରି ଦିଆଯାଉଥିବା ସମୟରେ ମୃଦଦେହରୁ ରୋପଣଯୋଗ୍ୟ ଅଙ୍ଗ ଗୁଡ଼ିକୁ ବାହାର କରି ସେସବୁକୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କ ଠାରେ ରୋପଣ କରାଯିବା ନିମିତ୍ତ ଅନୁମତି ଦେଲେ ରୋଗୀମାନେ ନୂଆ ଜୀବନ ପାଉଛନ୍ତି ।
୨୦୧୯ ମସିହାରେ ରାଜ୍ୟ ସରକାର ଅଙ୍ଗ ପ୍ରତିରୋପଣ ସଙ୍ଗଠନ ପ୍ରତିଷ୍ଠା କରିଛନ୍ତି । ଏହା ମାଧ୍ୟମରେ ଅଙ୍ଗଦାନକୁ ଉତ୍ସାହିତ କରିବା ନିମିତ୍ତ ରାଜ୍ୟ ସରକାର ୨୦୨୦ ମସିହାରୁ "ସୂରଜ ପୁରଷ୍କାର' ଯୋଜନା ଆରମ୍ଭ କରିଛନ୍ତି । ୨୦୧୯ ମସିହାରେ ଗାମ ଜିଲ୍ଲା ଭନଗର ଅଞ୍ଚଳର ସୂରଜ ନାମକ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିଲେ । ପରେ ତାଙ୍କର ମସ୍ତିଷ୍କ ମୃତୁ୍ୟ ଘଟିଥିଲା । ମସ୍ତିଷ୍କ ମୃତୁ୍ୟ ହେଉଛି ଏଭଳି ଏକ ଅବସ୍ଥା ଯେଉଁ ଠାରେ ଶରୀରର ଅନ୍ୟ ସମସ୍ତ ଅଙ୍ଗ ଗୁଡ଼ିକ ସକ୍ରୀୟ ଥାଇ ମସ୍ତିଷ୍କ ନିଷ୍କି୍ରୟ ହୋଇଯାଏ ଏବଂ ମସ୍ତିଷ୍କ ଆଉ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା କରିବା ଅବସ୍ଥାରେ ନଥାଏ । ସୂରଜଙ୍କ ମସ୍ତିଷ୍କ ମୃତୁ୍ୟ ପରେ ତାଙ୍କ ପରିବାର ଲୋକ ସୂରଜଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଫଳରେ ସତେଜ ଏବଂ ସକ୍ରିୟ ଥିବା ତାଙ୍କ ଶରୀରର ଅଙ୍ଗ ବାହାର କରାଯାଇ ୬ ଜଣ ରୋଗୀଙ୍କର ଜୀବନ ରକ୍ଷା କରାଯାଇପାରିଥିଲା ।
ମୃତଦେହକୁ କେବଳ ଏକ ନଶ୍ୱର ଏବଂ ପଚନଶୀଳ ପଦାର୍ଥ ଭାବରେ ବିବେଚନା ନକରି ଅନ୍ୟ ରୋଗୀମାନଙ୍କ ପାଇଁ ଏହି ଶରୀରର ଅଙ୍ଗ ଗୁଡ଼ିକ ପୁର୍ନଜୀବନ ଦେଇପାରେ ବୋଲି ପ୍ରମାଣିତ ହୋଇ ସାରିଲାଣି । ତେଣୁ ଶରୀରର ରୋପଣଯୋଗ୍ୟ ଅଙ୍ଗ ଗୁଡ଼ିକୁ ପରିବାରର ଲୋକେ ଦାନ କରିବା କ୍ଷେତ୍ରରେ ଏକ ମହତ୍ କାର୍ଯ୍ୟ କରୁଛନ୍ତି । ଅଙ୍ଗଦାନ କରୁଥିବା ବ୍ୟକ୍ତିମାନଙ୍କ ଆତ୍ମୀୟମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଏ ଦିଗରେ ୨୦୧୦ ମସିହାରୁ ଏକ ସାମାଜିକ ସଙ୍ଗଠନ କାର୍ଯ୍ୟ କରିଆସୁଛି ।
୨୦୧୨ ମସିହାରେ ଓଡ଼ିଶା ଆନାଟୋମି ଆକ୍ଟର କେତେକ ଧାରାରେ ସଂଶୋଧନ କରାଯାଇ ମୃତୁ୍ୟ ପରେ ଶରୀରର ବିଭିନ୍ନ ରୋପଣଯୋଗ୍ୟ ଅଙ୍ଗକୁ ଆବଶ୍ୟକ କରୁଥିବା ରୋଗୀମାନଙ୍କ ଠାରେ ପ୍ରତିରୋପଣ ଏବଂ ଏହାପରେ ଡ଼ାକ୍ତରୀ ଛାତ୍ରମାନଙ୍କର ଅଧ୍ୟୟନ ନିମିତ୍ତ ଶରୀରକୁ ଆନାଟୋମି ବିଭାଗକୁ ଦାନ କରିବା ପାଇଁ ଏକ ବ୍ୟବସ୍ଥା ରଖିବାକୁ ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଅନୁରୋଧ କରାଯାଇଥିଲା । ଏହି ଆଧାରରେ ୨୦୧୩ ମସିହାରେ ଓଡ଼ିଶା ଆନାଟୋମି ଆକ୍ଟ ସଂଶୋଧନ ହୋଇ କାର୍ଯ୍ୟକାରୀ ହେଲା । ଫଳରେ ଜୀବିତାବସ୍ଥାରେ ଜଣେ ବ୍ୟକ୍ତି ମୃତୁ୍ୟ ପରେ ନିଜ ଶରୀରକୁ ଚିକିତ୍ସା ବିଜ୍ଞାନର ପ୍ରଗତି ଏବଂ ଅନ୍ୟ ରୋଗୀମାନଙ୍କର ଜୀବନଦାନ ଉଦେ୍ଦଶ୍ୟରେ ସମୁଦାୟ ଶରୀରକୁ ମେଡ଼ିକାଲ୍ କଲେଜ୍କୁ ଦାନ କରାଯିବାର ଇଚ୍ଛାପତ୍ର ଆଇନ୍ଗତ ଭାବରେ ଲେଖି ପାରିଲେ । ଏଥିରେ ପରିବାରବର୍ଗଙ୍କର ସମ୍ମତି ପୂର୍ବରୁ ଆବଶ୍ୟକ ପଡୁଥିଲା । କିନ୍ତୁ ସଂଶୋଧିତ ଆଇନ୍ରେ ଜୀବିତାବସ୍ଥାରେ ଇଚ୍ଛାପତ୍ର ଲେଖିଥିବା ବ୍ୟକ୍ତିମାନଙ୍କ ପାଇଁ ମୃତୁ୍ୟ ପରେ ପରିବାରବର୍ଗ ମେଡିକାଲ୍ କଲେଜ୍କୁ ମରଶରୀର ଦାନ କରି ପାରିଲେ । ସମ୍ପୂର୍ଣ୍ଣ ମୃତଶରୀରକୁ ଚିକିତ୍ସା ବିଜ୍ଞାନର ପ୍ରଗତି ପାଇଁ ଦାନ କରାଯିବା ଏକ ସାମାଜିକ ଆନେ୍ଦାଳନ ହୋଇସାରିଥିବା ସମୟରେ ମୃତ ଶରୀରରୁ ରୋପଣଯୋଗ୍ୟ ଅଙ୍ଗକୁ ଅନ୍ୟ ରୋଗୀଙ୍କ ଠାରେ ପ୍ରତିରୋପାଣ ପାଇଁ ନିଆଯିବା ପରେ ମୃତ ଶରୀରକୁ ପରିବାରବର୍ଗଙ୍କୁ ଫେରେଇ ଦେବାର ବ୍ୟବସ୍ଥା ଏବେ ସାମାଜିକ ଭାବରେ ଏକ ଆନେ୍ଦାଳନରେ ପରିଣତ ହୋଇପାରିଛି । ଏହା ଦ୍ୱାରା