ଅଣ୍ଡା ବଦଳରେ ପାଚିଲା କଦଳୀକୁ ନେଇ ପ୍ରଶ୍ନ : ଭାତ ସାଙ୍ଗରେ କେମିତି ଖାଇବେ ପିଲେ ?

 ଖୋର୍ଦ୍ଧା : ଜିଲ୍ଲାରେ ସରକାରୀ ବିଦ୍ୟାଳୟ ପ୍ରତି  ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା  ନିମନ୍ତେ ହେଉ କିମ୍ବା ପୃଷ୍ଟିକର ଖାଦ୍ୟ ପିଲାଙ୍କୁ ଯୋଗାଇଦେବା ନିମନ୍ତେ ପୂର୍ବ ସରକାର ସମୟରେ ମାଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲୁ କରାଜାଇଥିଲା  । ପ୍ରତି ସପ୍ତାହରେ ପିଲାଙ୍କୁ ଠାରେ ଗୋଟିଏ ଲେଖାଏ ଅଣ୍ଡା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଥିଲା  । ତେବେ ପ୍ରତି ପିଲା ନିମନ୍ତେ ସରକାର ମିଲ ପିଛା ୭ ତାଙ୍କ ପ୍ରଦାନ କରୁଥିବା ବେଳେ ସରକାରଙ୍କ ପ୍ରଦାନ ଅର୍ଥରେ ଜଣେ ପିଲା ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ସମ୍ଭବପର ନଥିଲା  । ତଥାପି ସ୍କୁଲ କର୍ତ୍ତୁପକ୍ଷ ସେହି ଅର୍ଥରେ ପିଲାଙ୍କୁ ଖାଦ୍ୟ ପରସୁଥିବା ବେଳେ ଖାଦ୍ୟର ମାନ ଉକôୃଷ୍ଟ ଧରଣର  ହୋଇପାରୁନଥିଲା  । ଯାହା ଫଳରେ ସ୍କୁଲର ଅଧିକାଂଶ ପିଲା ଖାଦ୍ୟ ଗ୍ରହଣ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଥିଲା  । ପରେ ସରକାରଙ୍କ   ପକ୍ଷରୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ସାଙ୍ଗକୁ ମାଣ୍ଡିଆ ଲଡୁ ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିଲେ ଯାହାକୁ ଲୋକେ ପ୍ରଶଂସା କରିଥିଲେ  । ତେବେ ନୂତନ ସରକାରଙ୍କ ଯୋଗଦାନ ପରେ ଯଦିଓ ପିଲାଙ୍କ ଖାଦ୍ୟକୁ ଉର୍ନତ ଧରଣର କରିବା ନିମନ୍ତେ ଦୁଇଥର ଦର ବୃଦ୍ଧି କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ଶୋଭନୀୟ ମଧ୍ୟ ହୋଇଥିଲା  । ତେବେ ବର୍ତ୍ତମାନ ସରକାରଙ୍କ ଗଣଶିକ୍ଷା  ବିଭାଗ ନିୟମରେ ପରିବର୍ତ୍ତନ କରାଯାଇ ଯେଉଁ ପିଲା ଅଣ୍ଡା ନଖାଇବେ ତାକୁ ଫଳ ପ୍ରଦାନ  କରାଯିବ ବୋଲି ଘୋଷଣା କରିଛନ୍ତି  । ଯାହାକୁ ନେଇ ବୁଦ୍ଦିଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଜଣାପଡିଛି  । ଗୋଟିଏ ପିଲା ଶୁଖିଲା ଭାତ ସାଙ୍ଗକୁ ଅଣ୍ଡା ଝୋଳରେ ଆଳୁ ପଡ଼ିଥିଲେ ମଧ୍ୟ ଖାଇବା ପାଇଁ ସମ୍ଭବପର ହେଉଥିବା ବେଳେ ଯଦି ଅଣ୍ଡା ନଖାଇବ ତେବେ ତାକୁ ପାଚିଲା ଫଳ ପ୍ରଦାନ କଲେ ସେ କିପରି ଶୁଖିଲା ଭାତରେ ଫଳକୁ ଲଗାଇ ଖାଇବା ତାକୁ ନେଇ ସମାଲୋଚନା ବଢ଼ିବାରେ ଲାଗିଛି । ବୁଦ୍ଧିଜୀବୀ ମାନଙ୍କ  କହିବା ଅନୁଯାଇ ସରକାରଙ୍କ ୭ ଟଙ୍କାରେ ଯଦିଓ  କିଛି ଫଳ ହୋଇନପାରିବ ତେବେ କଦଳୀ ହୋଇପାରିବ  । କିନ୍ତୁ ଅଣ୍ଡାରେ ଯାହା ପୃଷ୍ଟି ଜଣେ ପିଲା ପାଇବ ତାହା କଦଳୀରେ ନଥିବା ବେଳେ ଯଦି ପନିର କିମ୍ବା ଛଟୁ ଦିଆ ଯିବା ତେବେ ତାହା ସମ୍ଭବ ପର ହୋଇପାରିବ  । ଏଥିରେ ପିଲା ତରକାରୀ ପାଇବା ସହିତ ପୃଷ୍ଟି କର ଖାଦ୍ୟ ମଧ୍ୟ ପାଇପାରିବେ ଏହାକୁ ଗଣଶିକ୍ଷା ବିଭାଗ ବିଚାର ନକରି ଅଜବ ବିଚାର କରି ଶୁଖିଲା ଭାତସାଙ୍ଗକୁ ପାଚିଲା କଦଳୀ ଲଗାଇ ଖାଇବା ତାକୁ ନେଇ ବୁଦ୍ଧିଯିବି ମହଲରେ ବିଭିନ୍ନ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି  ।