ଅତିବଡ଼ି ଜଗନ୍ନାଥ ଦାସଙ୍କ ମହାପରାୟଣ ଦିବସ ପାଳିତ

 ପୁରୀ:  ସିଦ୍ଧସାଧକ ଅତିବଡ଼ି ଜଗନ୍ନାଥ ଦାସଙ୍କ ମହାପ୍ରୟାଣ ଓ ତରୁଣ କବି ଦାମୋଦର ପରିଡ଼ାଙ୍କ ଜନ୍ମବାର୍ଷିକ ଉସôବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭୀମେଶ୍ୱର ଠାକୁରଙ୍କ ମନ୍ଦିର ପରିସରରେ ପି୍ରୟପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ଦିନର ପ୍ରତୀକ୍ଷା ପରେ ବର୍ଷୀୟାନ ସମାଜ ସେବୀ ସୁରେନ୍ଦ୍ର ନାଥ ଜେନାଙ୍କ ରଚିତ କବିତା ସଂକଳନ ‘ଶୁଣ ଏ ଯୁଗର ନେତା ଶୁଣ’ ପୁସ୍ତକଟି ଉନ୍ମୋଚିତ ହୋଇଥିଲା । ଏହି ସଭାରେ ଚାରିଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରମୋଦ କୁମାର ଆଚାର୍ଯ୍ୟ, ସୁରେନ୍ଦ୍ର ଜେନା, ଦାମୋଦର ପରିଡ଼ା, କାର୍ତ୍ତିକ ବେହେରା, ଭଜନତୀର୍ଥ ଭାଗିରଥୀ ଦଳେଇ, ରବିନ୍ଦ୍ର ବାରିକ, ବିହାରୀବନ୍ଧୁ ପଲେଇ, ଦିଗାମ୍ବର ବେହେରା, ଅମର ବେହେରା, ପ୍ରଫୁଲ୍ଲ ଜେନା, ସୁଶାନ୍ତ ଜେନାଙ୍କ ସହିତ ଅନେକ ସୁବକ୍ତା ଅତିବଡ଼ି ଓ ତରୁଣ କବିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଚାରିଜଣ ଛାତ୍ରୀ ଭାଗବତ ପାଠ କରିଥିଲେ । ରବୀନ୍ଦ୍ର କୁମାର ପ୍ରଧାନ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଅଶୋକ ପରିଡ଼ାଙ୍କ ତତ୍ତ୍ୱାବଧାନରେ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା  ।