ମଙ୍ଗଳା ନଦୀ ପୁନରୁଦ୍ଧାର କମିଟିର ବୈଠକ

 ପୁରୀ: ମଙ୍ଗଳା ନଦୀ (ଯମୁନା) ପୁନଃ ଉଦ୍ଧାର କମିଟିର ଚତୁର୍ଥ ବୈଠକ ଜଗତଗୁରୁ କୃପାଳୁ ଆଶ୍ରମ ଠାରେ ଆବାହକ ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା ଓ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ ଗ୍ରାମର ମୁଖିଆ ମାନେ ଯୋଗଦାନ କରିଥିଲେ । ମଙ୍ଗଳା ନଦୀର କିଭଳି ଯଥାଶୀଘ୍ର ପୁନରୁଦ୍ଧାର କରାଯିବ ସେଥିପାଇଁ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ ଓ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସହରର ବୁଦ୍ଧିଜୀବୀମାନେ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଗତ ମାର୍ଚ୍ଚ ୨୬ ତାରିଖରେ ତୃତୀୟ ବୈଷୟିକ କମିଟିର ସଭ୍ୟ ଓ ସରକାରଙ୍କ ସହିତ ଯୋଗସୂତ୍ର ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ମଙ୍ଗଳା ନଦୀ ସହିତ ପ୍ରଭୁ ଜଗନ୍ନାଥଙ୍କର ନୀତିକାନ୍ତିର କିଭଳି ସଂପର୍କ ରହିଛି ତାହାକୁ ନେଇ ବିଶଦ ଭାବେ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପୁରୋହିତ ଡ଼. ସିଦେ୍ଧଶ୍ୱର ମହାପାତ୍ର ଓ ସୁଧାଂଶୁ ଶେଖର ରାଜଗୁରୁ । ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର, ପ୍ରଫେସର ମହେଶ୍ୱର ଦାସ, ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ, ଡ଼. ମନୋଜ ସାମନ୍ତରାୟ, ସୁରତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସିଏଚ୍ଏସ୍ଇର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ, ଡ଼. ସନ୍ତୋଷ କୁମାର ମହାନ୍ତି ମଙ୍ଗଳା ନଦୀକୁ ନେଇ ମିଳିଥିବା ସନ୍ଦର୍ଭ ଗୁଡ଼ିକୁ ଏକ ଶଙ୍କଳନରେ ପରିଣତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କମିଟିର ଆବାହକ ଅଧ୍ୟାପକ ମହାନ୍ତି କହିଥିଲେ ଯେ, ପଦଯାତ୍ରା, ସଚେତନତା ସଭା, ସରକାରଙ୍କ ସହିତ ଲଗାତାର ଆଲୋଚନା ଓ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଜନସାଧାରଣ ସହଯୋଗର ହାତ ବଢାଇଲେ ମଙ୍ଗଳା ନଦୀର ପୁନରୁଦ୍ଧାର କାର୍ଯ୍ୟ ସମ୍ଭବ ହେବ । ମଙ୍ଗଳାନଦୀ ୨୦୩୦ ସୁଦ୍ଧା ରିଭର ଫ୍ରଣ୍ଟ ଡ଼େଭ୍ଟ ପ୍ରୋଜେକ୍ଟରେ ସାମିଲ ହୋଇପାରିବ ବୋଲି ବୈଠକରେ ଆଶାପୋଷଣ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜ୍ୟ ସରକାର ଗଠନ କରିଥିବା ବୈଷୟିକ କମିଟିର ତ୍ୱରିତ କାର୍ଯ୍ୟ ଯୋଗୁଁ ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ତୃତୀୟ ବୈଷୟିକ କମିଟି ରିପୋର୍ଟ ପ୍ରକାଶ ପାଇବା ସମ୍ଭବ ହୋଇପାରିଛି ବୋଲି ଅଧ୍ୟାପକ ମହାନ୍ତି ପ୍ରକାଶ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ରସା ସୁଷମା ସାହୁ, ଗାନ୍ଧୀବାଦୀ ଶିକ୍ଷୟିତ୍ରୀ ଜ୍ୟୋସ୍ନôା ନାୟକ, ଖଡ଼ିପଦା ଗ୍ରାମର ବନମାଳୀ ପରିଡ଼ା, ରମେଶ କୁମାର ସାହୁ, କଣ୍ଠପୁର ଗ୍ରାମର ଘନଶ୍ୟାମ ଦଳେଇ, କାଶୀଜଗନ୍ନାଥପୁରର ଅଲେଖ ମିଶ୍ର, ଗୋଲା ସାହି ଗ୍ରାମର ଲକ୍ଷ୍ମଣ ରାଉତ, ମଙ୍ଗଳାଘାଟର ସୁକାନ୍ତ ସାହୁ, ପାଇକ ସାହିର ବଟକୃଷ୍ଣ ବେହେରା, ତୋଟା ସାହିର ମଧୁ ସେନାପତି, ପାର୍ବତୀପୁରର ଲୋକନାଥ ପାଢୀ, ରେବତୀରମଣ ଗ୍ରାମର ରିଙ୍କି ମଲ୍ଲିକ, ମାମା କାହାଳ, ମା ଶାରଦା ସଂଘର ସଭାପତି ଶ୍ରୀମତୀ ଲଳିତା ଡ଼ାକୁଆ, ସଂପାଦକ ଶ୍ରୀମତୀ ସରସ୍ୱତୀ ଜେନା, ଶ୍ରୀମତୀ ତିଳୋତ୍ତମା ବେହେରା, ବିବେକାନନ୍ଦ ଯୁବ ଶକ୍ତି ସଂଗଠନର ଚନ୍ଦନ ବାରିକ, ସିପ୍ରା ରାଣୀ ଦାସ, ଲିଜା ରାଣୀ ମହାପାତ୍ର, ଦିଶା ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।