ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

 ରାଜକନିକା:  ବରାଡ଼ିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ମାତୃ ସମ୍ମିଳନୀ ପ୍ରଧାନଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସଭାପତି ଲକ୍ଷ୍ମୀଧର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ମୁଖ୍ୟଅତିଥି ପ୍ରବଚକ ବୀରେନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁମନ୍ଦିର ପ୍ରମୁଖ କପିଳ ଚରଣ ମିଶ୍ର ପ୍ରମୁଖ ଯୋଗଦେଇ ବହୁ ସାରଗର୍ଭକ ଅଭିଭାଷଣ ରଖିବା ସହିତ ଶିଶୁଙ୍କୁ ଗଢି ତୋଳିବାରେ ମା'ଙ୍କ ଭୂମିକା ବହୁ ଗୁରୁତ୍ୱ ପୂର୍ଣ୍ଣବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ଶ୍ରୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସ୍କୁଲ ସମ୍ପାଦକ ତ୍ରିଲୋଚନ ଦାସ ସ୍ୱାଗତ ଭାଷଣ ରଖିଥିଲେ । ଗୁରୁଜୀ ବିବେକାନନ୍ଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିବାବେଳେ, ସମସ୍ତ ଗୁରୁଜୀ ଗୁରୁମା, କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ମାତୃ ସମ୍ମିଳନୀରେ ୨୫୦ରୁ ଊର୍ଦ୍ଧ୍ୱ ମା' ଯୋଗଦେଇ ଥିଲେ ।