ଅନାସ୍ଥାକୁ ନେଇ ରାଜନୈତିକ ହିଂସା; ଜଣେ ଗୁରୁତର


ବୁଧବାର ସରପଞ୍ଚ ଅନାସ୍ଥା ଭୋଟିଂରେ ବିଜେପି ସମର୍ଥିତ ସରପଞ୍ଚ ପରାଜୟ ହେବାପରେ ରାଜନୈତିକ ହିଂସା ଘଟିଥିଲା । ହିଂସାରେ ଉଭୟ ବିଜେପି ଓ ବିଜେଡି ଗୋଷ୍ଠୀର ୫/୬ଜଣ ଆହତ ହୋଇଥିବା ବେଳେ ଜଣକ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ଏହି ଗୁରୁତର ହୋଇଥିବା ବ୍ୟକ୍ତିଜଣକ ପଣସା ପଞ୍ଚାୟତ ମୋଟରଙ୍ଗାପାଳ ଗ୍ରାମର ବଳରାମ ମହାଳିକ । ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଯାଜପୁର ଥାନାରେ ୩ଗୋଟି ଏତଲା ବଳରାମ ମହାଳିକ, ସ୍ନେହଲତା ମିଶ୍ର ଓ ସିପୁନା ପରିଡାଙ୍କ ପକ୍ଷରୁ ଦାଖଲ କରାଯାଇଛି । କେସ୍ ନଂ ୩୬୦/୨୫, ୩୬୧/୨୫ ଓ ୩୬୨/୨୫ ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି । ଖବର ଲେଖାହେବା ବେଳକୁ ଉଭୟଙ୍କ ପକ୍ଷରୁ ପୁଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି ।