ଅନାସ୍ଥାରେ ହାରିଗଲେ ବିଜେପି ସମର୍ଥୀତ ସରପଞ୍ଚ
ଯାଜପୁର ଟାଉନ : ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚ ବୁଧବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି । ସରପଞ୍ଚ କୁଳମଣି ବେହେରା ନିଜ ସମର୍ଥୀତ ୱାର୍ଡ ସଭ୍ୟଙ୍କ ସମର୍ଥନରେ ୬ଖଣ୍ଡ ଭୋଟ ପାଇଥିବାବେଳେ ବିପକ୍ଷ ଦଳ ସପକ୍ଷରେ ୧୫ଗୋଟି ୱାର୍ଡ ସଭ୍ୟ /ସଭ୍ୟା ସରପଞ୍ଚଙ୍କ ବିପକ୍ଷରେ ଭୋଟ ଦେଇଥିଲେ । ଏଠାର ସୂଚନା ଥାଉ କି ବିଗତ ଦିନରେ ୨ଥର ସରପଞ୍ଚଙ୍କ ବିପକ୍ଷରେ ଅନାସ୍ଥା ଅଣାଯାଇ ଥିଲେ ମଧ୍ୟ କୌଣସି କାରଣ ବଶତଃ ଅନାସ୍ଥା ଭୋଟ ହୋଇ ପାରିନଥିଲା । ବୁଧବାର ପଣସା ପଞ୍ଚାୟତ ଠାରେ ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ ତହସିଲଦର, ମାଜିଷ୍ଟ୍ରେଟ ଭାବେ ଦଶରଥପୁର ଅତିରିକ୍ତ ତହସିଲଦାର, ଯାଜପୁର ବ୍ଳକର ଜିପିଓ ଏବଂ ବ୍ଲକର ଭିଏଲଡବ୍ଲ୍ଙ୍କ ସମେତ ଉଭୟ ବିଜେପି ଓ ବିଜେଡି ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।