ଅନ୍ତ୍ୟୋଦ୍ୟୟ ଗୃହ ଯୋଜନାର ଶୁଭାରମ୍ଭ : ୩୩୨୧ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ


 ଯାଜପୁର ଟାଉନ:  ରବିବାର କଳାହାଣ୍ଡି ଜିଲା ଭବାନୀ ପାଟଣାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭାରମ୍ଭ ହୋଇଛି ଅନ୍ତଦ୍ୱୟ ଗୃହ ଯୋଜନା । ସେହିକ୍ରମେ ଯାଜପୁର ଜିଲାର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନରେ ରାଜ୍ୟରେ ୨୩ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଗୃହ ନିର୍ମାଣ ହୋଇସାରିଛି । ୪ଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣଧୀନ ଅବସ୍ଥାରେ ରହିଛି । ସେହିପରି ଗତ ଜାନୁଆରୀ ୨୪ତାରିଖରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନୂତନ ସର୍ଭେରେ ୨୬ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ତାଲିକାଭୁକ୍ତ ହୋଇ ସାରିଛନ୍ତି । ଏହି ଅନ୍ତଦ୍ୱୟ ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ରୋଗରେ ପୀଡିତ ପରିବାର, ସହୀଦ ପରିବାର, ଘରପୋଡି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତିରେ ଗୃହ ମଞ୍ଜୁର କରାଯିବ । କର୍କଟ, କୁଷ୍ଠ, କିଡନୀ ରୋଗ, ଲିଭର ସିରୋସିସ୍, ଥାଲାସେମିଆ ଅଥବା ଏଚଆଇଭି ପରି ଦୁରାବ୍ୟାଧିରେ ପୀଡିତ ପରିବାର ଏବଂ ଅନାଥ ନିରଶ୍ରାୟଙ୍କୁ ଅନ୍ତ୍ଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇଦେବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡାବିତ ଯୋଜନାରେ ବିଶେଷ ଭାବେ ଉପକୃତ ହୋଇପାରିବେ । ଅନ୍ତଦ୍ୱୟ ଗୃହ ଯୋଜନାରେ ୩ବର୍ଷରେ ୭ହଜାର ୫ଶହ ୫୦କୋଟି ଟଙ୍କା ବିନିଯୋଗ ହେବ । ଅନ୍ତଦ୍ୱୟ ଗୃହ ଯୋଜନାରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀ ମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରୁ ୯୦ ବା୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମ ପାରିଶ୍ରମିକ ସେବା ସହ ଅନ୍ୟାନ୍ୟ ଯୋଜନା ଆଦିର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଯାଜପୁର ଜିଲାରେ ୪୩୮୦ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ରବିବାର ଦିନ ୧୦ଟି ବ୍ଲକରେ ୩୩୨୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ସୁଜାତା ସାହୁ, ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା, ଉପଜିଲାପାଳ ଲମ୍ବୋଦର ଖୁଣ୍ଟିଆ, ବିଭାଗୀୟ ଅଧିକାରୀ, ବିଡିଓ ହେମନ୍ତ କୁମାର ମହାନ୍ତ, ପଂଚାୟତ ପ୍ରତିନିଧି, ହିତାଧିକାରୀ, ମିଶନ ଶକ୍ତି ମହିଳା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ ଅଶୋକ କୁମାର ବେହୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।
୧୩୦ ହିତାଧିକାରୀଙ୍କୁ ବାଣ୍ଟିଲେ ଅଧ୍ୟକ୍ଷା 
ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ପରିସର କାର୍ଯ୍ୟକ୍ରମରେ ବିଞ୍ଝାରପୁର ବ୍ଲକରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିବା ସହ ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଝାୟତର ୧୩୦ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଡ଼ିଓ ହିତାଂଶୁ ଶେଖର ସାମଲ, ଉପାଧ୍ୟକ୍ଷ ସେକ ଇର୍ସାଦ, ସ୍ଥାନୀୟ ସରପଂଚ କଳିକା ଦାସ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ ପଂଚାୟତର ଲୋକ ପ୍ରତନିଧି ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।
୬୨୦ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ
ଧର୍ମଶାଳା: ଧର୍ମଶାଳା ବ୍ଲକର ୪୫ ପଂଚାୟତର ୬୨୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦଫାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ଅଧ୍ୟକ୍ଷତାରେ ଜାରକା ମେଲଣ ପଡିଆରେ ଅନୁଷ୍ଠିତ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ  କାର୍ଯ୍ୟକ୍ରମର ଶୁଭାରମ୍ଭ କରି ୯୦ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଯୋଜନାରେ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୬୭୩ ଜଣ ହିତାଧିକାରୀଙ୍କ ନାମ ଚୟନ କରାଯାଇଥିବା ବେଳେ ପ୍ରଥମ ଦଫାରେ ୬୨୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ତେବେ ବିଭିନ୍ନ ପଂଚାୟତରେ ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ନିର୍ମଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ବିଧୟକ ଶ୍ରୀ ସାହୁ କହିଛନ୍ତି । ଧର୍ମଶାଳା ଅତିରିକ୍ତ ବିଡିଓ ଅଶିତ କୁମାର ପାତ୍ର, ବ୍ଲକର ଅନ୍ୟକର୍ମଚାରୀ ସମେତ ବିଭିନ୍ନ ପଂଚାୟତର ସରପଂଚ ସମେତ ପଂଚାୟତ ପିଇଓମାନେ ଉପସ୍ଥିତ  ରହି ହିତାଧିକାରୀମାନଙ୍କୁ ଚିହ୍ନଟ କରିବାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମକୁ ଆଲୋକ ଲେଙ୍କା, ଶ୍ରୀବତ୍ସ ଧିର, ଦେବରାଜ ମିଶ୍ର, ରାଜେଶ ପାଲ, ଅଭିଶେକ ରାଉତ ପ୍ରମୁଖ ପରିଚାଳାନାରେ ସହୟତା କରିଥିଲେ ।