ପୁଲିସ୍ ଭଲିବଲ ଓ ବାସ୍କେଟ୍ବଲ୍ ଉଦ୍ୟାପିତ
ଭୁବନେଶ୍ୱର : ଓଏସଏପି ଷଷ୍ଠ ବାଟାଲିୟନ୍ ପରିସରରେ ଚାଲିଥିବା ୭୭ ତମ ରାଜ୍ୟ ପୁଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି । ଉଦଯାପନୀ ସମାରୋହରେ କ୍ରାଇମବ୍ରାଞ୍ଚ ଆରକ୍ଷୀ ମହାନିଦେ୍ର୍ଦଶକ ବିନୟତୋଷ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ଶ୍ରେଷ୍ଠ କ୍ରୀଡାବିତ୍ଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଖେଳାଳିଙ୍କୁ ଆଗାମୀ ଦିନରେ ଉକôର୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଶା ପୁଲିସର ସୁନାମ ବଢ଼ÿାଇବାକୁ ପରାମର୍ଶ ଦେଇଥିଲେ ।
ଏହି ଚାମ୍ପିଅନସିପରେ ବିଭିନ୍ନ ପୁଲିସ୍ ଡିଷ୍ଟ୍ରିକ୍ଟ ବାଟାଲିୟନ ଏବଂ ୟୁନିଟ୍ସର ୨୫ଟି ପୁଲିସ ଭଲିବଲ ଟିମ ଓ ୪ଟି ବାସ୍କେଟବଲ ଟିମ ଅଂଶଗ୍ରହଣ କରିଥିବା ବେଳେ ୪୨୯ ଜଣ ଖେଳାଳି ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଭଲିବଲରେ କମିଶନରେଟ୍ ପୁଲିସ୍-ବି ଟିମ ଚାମ୍ପିଅନ୍ ହୋଇଥିବା ବେଳେ ବାଲେଶ୍ୱର ଟିମ ରନର୍ସଅପ ହୋଇଥିଲା । ମୟୂରଭଞ୍ଜ ଟିମ ବ୍ରୋଞ୍ଜ ମେଡାଲ ଟିମ ହୋଇଥିଲା । ସେହିପରି ୪ର୍ଥ ଆଇଆର ବାଟାଲିୟନ, ଦେଓଗଡକୁ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ କରାଯାଇଥିଲା ।
ସେହିପରି ବାସ୍କେଟବଲ ପ୍ରତିଯୋଗିତାରେ ଓଏସଏପି ଷଷ୍ଠ ବାଟାଲିୟନ ଚାମ୍ପିଅନ ହୋଇଥିବା ବେଳେ କମିଶନରେଟ୍ ପୁଲିସ୍-ଏ ଟିମ ରନର୍ସଅପ ହୋଇଥିଲା । ଓଏସଏପି ଅଷ୍ଟମ ବାଟାଲିୟନ, ଛତ୍ରପୁର ହାର୍ଡ ଲାଇନ ଟିମ, ରାଉରକେଲା ପୁଲିସ ଟିମ୍ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ ହୋଇଥିଲା । ଉଦଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଆଇଜିପି ଗଜଭିୟେ ସତୀଶ କୁମାର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା ଡିଆଇଜିପି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧରଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ପୁଲିସ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।