ଆରମ୍ଭରୁ ହୋହାଲ୍ଲା : ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଆରମ୍ଭରୁ ହୋହାଲ୍ଲା : ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର : ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନ। ଆଜି ମଧ୍ୟ  ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ କରାଯାଇଛି ।  ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରତିବାଦ ନେଇ ପ୍ଲାକାର୍ଡ ଧରି ନାରା ଦେବା ସହ ହୋହଲ୍ଲା ଆରମ୍ଭ କରିଥିଲେ। 'ବିଜେଡି - ବିଜେପି ଭାଇ ଭାଇ' ପୋଷ୍ଟର ଦେଖାଇ ପ୍ରତିବାଦ କରିଥିଲା କଂଗ୍ରେସ । ମାତ୍ର ୭ ମିନିଟ୍ ଚାଲିଲା ବିଧାନସଭା। ପ୍ରବଳ ହଟ୍ଟାଗୋଳ ଯୋଗୁ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।