ପ୍ରାର୍ଥୀପତ୍ର ଦାଖଲ କଲେ ମମତା
mamata mahanta Odisha BJP Rajyasabha

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମମତା ହିଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ କେହି ପ୍ରାର୍ଥୀ ହେବେନାହିଁ । ଫଳରେ ମମତା ପୁଣିଥରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । କେବଳ ଔପଚାରିକ ଘୋଷଣା ହିଁ ବାକି ରହିଛି । ସୂଚନାଯୋଗ୍ୟଯେ, ମମତାଙ୍କୁ ବିଜୁ ଜନତା ଦଳ ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଦଳ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ମମତାଙ୍କ ସ୍ଥାନରେ ପୁଣିଥରେ ଉପନିର୍ବାଚନ ହୋଇଥିବାବେଳେ ବିଜେପି ତାଙ୍କୁ ହିଁ ପ୍ରାର୍ଥୀ କରିଛି ।