ଅବସରଙ୍କୁ ସମ୍ବର୍ଦ୍ଧନା ଓ ନବାଗତ ପିଇଓଙ୍କୁ ସ୍ୱାଗତ

 ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘର ସାଧାରଣ ପରିଷଦ ବୈଠକ, ଅବସରଙ୍କୁ ସମ୍ବର୍ଦ୍ଧନା ଓ ନବାଗତ ପିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ଲକ୍ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ଶରତ ଚନ୍ଦ୍ର ମହାରଣାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ନବନିଯୁକ୍ତ ପିଇଓ ଭାଇ ଓ ଭଉଣୀଙ୍କୁ ପୁଷ୍ପଗୁଛ ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା  । ଏହାସହିତ ଜଗତସିଂହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରେ ନୂତନ କର୍ମକର୍ତ୍ତା ସର୍ବ ସମ୍ମତ୍ତି କ୍ରମେ ମନୋନୀତ କରାଯାଇଥିଲା । ହୃଷିକେଶ ରାଉତରାୟଙ୍କୁ ସଭାପତି, ତୋଫାନ ଦାସଙ୍କୁ ଉପସଭାପତି, ସର୍ବେଶ୍ୱର ଦାସଙ୍କୁ ସାଧାରଣ ସମ୍ପାଦକ,  ଅରୁଣ ପ୍ରଧାନଙ୍କୁ ସହ ସମ୍ପାଦକ, ସମୀର କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବାବେଳେ କାର୍ଯ୍ୟକାରୀ କମିଟିର ସଭ୍ୟଭାବେ ମୋହନ ଚରଣ ଜେନା,  ସମ୍ବିତ ସତ୍ରୁଜିତ ଦାଶ, ନଗେନ୍ଦ୍ର କୁମାର ସାହୁ, ରୋଜାଲିନ ଦାସଙ୍କୁ ସର୍ବସମତି କ୍ରମେ ଚୟନ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଜିତ ମହାପାତ୍ର, ପ୍ରଦୁ୍ୟମ୍ନ ଖୁଣ୍ଟିଆ, ବିଜୟ ପାତ୍ର, ସଚିନ କୁମାର ରାଉତ, ଶରତ ପରିଡା, ପବିତ୍ର କୁମାର ସ୍ୱାଇଁ, ଫକୀର ମୋହନ ସାହୁ, ପ୍ରଜ୍ଞା ପାରମିତା ନନ୍ଦ, ତନୁଶ୍ରୀ ରାଉତ, ତନୁଶ୍ରୀ ସତପଥି, ସନ୍ତୋଷ ବେହେରା, ଭୀମସେନ ମୁର୍ମୁ, ଉମାଶଙ୍କର ମଲ୍ଲିକ, ଗୌତମ ପରିଜା ପ୍ରମୁଖ ଜିଲ୍ଲାର ସମସ୍ତ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ  ।