ନାଟ୍ୟ ମହୋତ୍ସବ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା: ଗତ ଡିସେମ୍ବର ମାସ ୨୭, ୨୮, ୨୯ ରିଖରେ ତ୍ରିଦିବସୀୟ ସିମ୍ଫୋନି ପକ୍ଷରୁ କରାଯାଇଥିବା ଯୁବ ତରଙ୍ଗ, ଓ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ସମୀକ୍ଷା ବୈଠକ ସିମ୍ଫୋନି ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଡ. ବିନାୟକ ପ୍ରସାଦ ପ୍ରଧାନ ସ୍ୱାଗତ୍ ଭାଷଣ ପ୍ରଦାନ କରି ଜିଲ୍ଲାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ନାଟ୍ୟ ମହୋତ୍ସବ ଅତି ଶୃଙ୍ଖଳିତ ଓ ସଫଳ ଭାବରେ ସମ୍ପନ୍ନ ହୋଇଥିବାରୁ ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କୋଷାଧ୍ୟକ୍ଷ ବଂଶୀଧର ମହାନ୍ତି ହୋଇଥିବା ସମସ୍ତ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ଓ ସଭ୍ୟାମାନେ ଏହି ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ବର୍ଷ ନିମନ୍ତେ ସର୍ବ ସମ୍ମତିକ୍ରମେ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା । ଏଥିରେ ସଂଯୋଜକ ସ୍ୱପ୍ନାଶୁ ଦାସ, ନୃସିଂହ ତ୍ରିପାଠୀ, ଜୟଶ୍ରୀ ଦାସ, ଗୋଲାପ ରାଉତ, କୈଳାଶ ଚନ୍ଦ୍ର ମହାନ୍ତି, ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଡ. ଗିରିଜା କାନ୍ତ ଦାସ, ଡ. ସୁକାନ୍ତ କୁମାର ପ୍ରଧାନ, ଅଧ୍ୟାପକ ପବିତ୍ର କୁମାର ସ୍ୱାଇଁ , ଅଧ୍ୟାପକ ଶଶୀଭୂଷଣ ଜେନା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।