ମା' ବୁଢୀ ଜାଗୁଳାଇ ମନ୍ଦିରର ପ୍ରତିଷ୍ଠା ଉସବ
ପାରାଦୀପ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧିନସ୍ଥ ରେଢୁଆ ମଜୁରାଇ ଗ୍ରାମବାସୀଙ୍କ ଉଦ୍ୟମରେ ମା' ବୁଢୀ ଜାଗୁଳାଇ ମନ୍ଦିର ପ୍ରତିଷ୍ଠା ଉସôବ ମେ’ ମାସ ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖରେ ଉଦ୍ୟାପିତ ହୋଇଯାଇଛି । ଦୀର୍ଘ ୧୦ ବର୍ଷର ନିରବିଚ୍ଛିନ୍ନ ଚେଷ୍ଟାର ଅନ୍ତ ଘଟାଇ ମା’ ବୁଢୀ ଜାଗୁଳାଇଙ୍କ ଅପାର କରୁଣାରୁ ବହୁ ଆକାଂକ୍ଷିତ ସ୍ୱପ୍ନ, ମନ୍ଦିର ନିର୍ମାଣ ଏବଂ ପ୍ରତିଷ୍ଠା ସାକାର ହୋଇଥିବାରୁ ସମସ୍ତ ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦର ସହିତ ଏହି ଉସôବକୁ ପାଳନ କରିଛନ୍ତି । ସୁବେଦୀ ବ୍ରାହ୍ମଣମାନଙ୍କ ସୁଲଳିତ ମନ୍ତ୍ର ଉଚ୍ଚାରଣ ପରିବେଶକୁ ମନୋଜ୍ଞ ଓ ରମଣୀୟ କରିଥିଲା । ଏହି ଉସôବକୁ ଅନନ୍ୟ ଏବଂ ଅବିସ୍ମରଣୀୟ କରିବାକୁ ଉକ୍ତ ଗ୍ରାମର ସମସ୍ତ ବିବାହିତ କନ୍ୟା ସନ୍ତାନ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସନ୍ନିକଟ ଗ୍ରାମବାସୀ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତିଙ୍କ ସହଯୋଗ, ସଦୟ ଉପସ୍ଥିତି ଉଦ୍ୟୋକ୍ତାମାନଙ୍କ ମନୋବଳ ବହୁଗୁଣିତ କରିଥିଲା । ଉକ୍ତ ଉସôବରେ ସ୍ଥାନୀୟ ବିଧାୟକ ଡଃ ରମାକାନ୍ତ ଭୋଇ ଯୋଗଦାନ କରି ଉସôବର ସଫଳତା କାମନା କରିଥିଲେ । ପ୍ରତ୍ୟେହ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସହିତ ଉଦ୍ୟାପନୀ ଉସôବରେ ସହସ୍ରାଧିକ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ପକ୍ତିଂ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ବିଶେଷ ସଫଳତା ପାଇଁ ରେଢୁଆ ମଜୁରାଇ ଗ୍ରାମବାସୀଙ୍କ ତରଫରୁ ଯୁବବର୍ଗଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।