ଗୁରୁତ୍ୱପୂର୍ଣ୍ଣ ପଦବିରେ ନାହାନ୍ତି ଅଧିକାରୀ : ହଇରାଣ ହେଉଛନ୍ତି ସାଧାରଣ ଜନତା
ନାଉଗାଁ : ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ପ୍ରମୁଖ ବ୍ଲକ ନାଉଗାଁ । ଜିଲ୍ଲା କାର୍ଯ୍ୟାଳୟ ଠାରୁ ୨୦ କିମି ଦୂରରେ ଅବସ୍ଥିତ । ଦୀର୍ଘଦିନ ଧରି ବ୍ଲକ ପ୍ରଶାସନରେ ବହୁ ଗୁରୁତ୍ୱ ପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବା ଦେଖାଯାଇଛି । ଦୀର୍ଘ ଦୁଇମାସ ହେବ ବିଡ଼ିଓ ତପନ ମହାପାତ୍ର ଙ୍କ ବଦଳିପରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି ହୋଇନାହାନ୍ତି ନାଉଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଦୀର୍ଘ ୧୪ ମାସ ହେବ ଖାଲି ପଡିଛି । ବ୍ଲକ ଉନ୍ନୟନ ବିଭାଗର ମୁଖ୍ୟ କିରାଣୀ ଦୀର୍ଘ ଏକ ବର୍ଷ ହେବ କେହି ନାହାନ୍ତି କ୍ଷସେହିପରି ଏନଆରଜିଏସ ଏପିଓ ପଦବୀ ଏକ ବର୍ଷ ହେବ ଖାଲି ପଡିଛି । ଯୋଗାଣ ଅଧିକାରୀ ଙ୍କୁ ଅତିରିକ୍ତ ବାଲିକୁଦା ଦାୟିତ୍ୱ ମିଳବାରୁ ନାଉଗାଁ ବ୍ଲକରେ ମାତ୍ର ସପ୍ତାହରେ ତିନିଦିନ କାର୍ଯ୍ୟ ବନ୍ଦ ରହିବାରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନେକ ସମୟରେ ବ୍ଲକ କାର୍ଯ୍ୟଳୟରୁ ଫେରୁଛନ୍ତି । ଏହି ସବୁ ପଦପଦବୀରେ ଅଫିସର ନଥିବାରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଦି ଜନମଙ୍ଗଳ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଉନ୍ନୟନ ମୂଳକ ଓ ପ୍ରକଳ୍ପ କାର୍ଯ୍ୟ ପାଇଁ ସମସ୍ୟା ଦେଖା ଦେଉଛି । ସେହିପରି ଏନଆରଜିଏସ କାର୍ଯ୍ୟରେ ମଧ୍ୟ ବାଧାସୃଷ୍ଟି ହେଉଛି ।
ନାଉଗାଁ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଥିବା ୬ଜଣ ଅମିନ ବଦଳରେ ୨ଜଣ ଅମିନ କାର୍ଯ୍ୟ କରୁଛନ୍ତି । ଯାହାଦ୍ୱାରା ଜମିବାଡ଼ି ମାପଚୁପ ଏବଂ ରେକେର୍ଡ ଯୋଗାଇବାରେ ସାଧାରଣ ଲୋକ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଯାହାକି ଏକ ଗୁରୁତର ସମସ୍ୟା ପାଲଟିଛି । ସେହିପରି ନାଉଗାଁ ବ୍ଲକ ଶିକ୍ଷା ବିଭାଗରେ ଶିକ୍ଷାଅଧିକାରୀ ପଦବୀ ଫାଙ୍କା ପଡ଼ିଥିବା ବେଳେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ୱ ତୁଲାଉ ଛନ୍ତି ଏବଂ ମୁଖ୍ୟ କିରାଣୀ ପଦବୀ ଖାଲି ସହିତ ତିନିଜଣ ଏବିଓ ପଦବୀ ଖାଲି ରହିଛି । ଯାହାକି ଦୀର୍ଘଦିନ ଧରି ବ୍ଲକ ଶିକ୍ଷାକ୍ଷେତ୍ରରେ ନାହିଁ ନ ଥିବା ସମସ୍ୟା ଲାଗିରହିଛି । ଏହିସବୁ ପଦବୀ ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ଦେଖାଯିବାର ଆଶଙ୍କା ଦେଖାଯାଇଛି ।