ଅବସର ପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଘଟଣା : ନ୍ୟାୟ ପାଇଁ ପଞ୍ଚାୟତବାସୀଙ୍କ ଧାରଣା
ରାଜକନିକା : ଗତ ୩.୫.୨୦୨୫ତାରିଖ ଶନିବାର ଅପରାହ୍ନ ସମୟରେ ହାଟସାହି ପଞ୍ଚାୟତରେ ଅନ୍ୟ ପଞ୍ଚାୟତର କିଛି ଯୁବକ ପଶି ମାଡ଼ ପିଟି କରୁଥିବା ସମୟରେ ସେହି ଗାଁ ରବାସୁଦେବ ରାଉତ (୮୬)ନାମକ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଉତ୍ୟକ୍ତ ଯୁବକଙ୍କୁ ଅଟକାଉଥିବା ବେଳେ ଉତ୍ୟକ୍ତ ଯୁବକ ଶିକ୍ଷକଙ୍କୁ ଅଚାନକ ଆକ୍ରମଣ କରିଥିଲେ ଫଳରେ ଶିକ୍ଷକ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ୱର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ରେଫର କରିଥିଲେ ହେଲେ କଟକରେ ଶିକ୍ଷକ ବାସୁଦେବ ସାତଦିନ କାଳ ମୃତ୍ୟ ସହ ସଂଗ୍ରାମ କରିବା ପରେ ଆଜି ଶନିବାର ଦିନ ସଖାଳେ ସେ ମୃତୁ୍ୟ ବରଣ କରିଛନ୍ତି ଯାହାକୁ ହାଟସାହି ପଞ୍ଚାୟତର ଲୋକେ ସହଜରେ ବିଶ୍ୱାସ କରି ପାରିଲେନି ଆଜି ସନ୍ଧ୍ୟା ସମୟରେ ମୃତ୍ୟ ବାସୁଦେବଙ୍କ ଶବକୁ ରାଜକନିକା ଥାନା ଆଗରେ ରଖି ଧାରଣା ଦେବା ସହିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାପାଇଁ ଦାବୀ କରିଥିଲେ ଉତ୍ୟକ୍ତ ଲୋକଙ୍କୁ ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ଓ ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମାସାଗର ପଣ୍ଡା ବୁଝା ସୁଝା କରି ପ୍ରତିଶୃତି ପରେ ଉତ୍ୟକ୍ତ ଲୋକେ ଧାରଣରୁ ଉଠିଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପୁଅ ସିଦେ୍ଧଶ ରାଉତଙ୍କ ଲିଖିତ ଏତଲା ବଳରେ କେଶ ନମ୍ୱର -୨୮୧/୨୫ ହତ୍ୟା ମାମଲା ରୁଜୁ କରୀ ରାଜକନିକା ପୋଲିସ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି ।